Odisha Link
Bridging the Missing Links in Odisha

ମାଟ୍ରିକ ପରୀକ୍ଷା ଫଳକୁ ନେଇ ଆଜି ବୋର୍ଡ ତରଫରୁ ପ୍ରେସମିଟ୍‌

କଟକ: ମାଟ୍ରିକ ରେଜଲ୍ଟକୁ ନେଇ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ପ୍ରସଙ୍ଗରେ ଆଜି ଦିନ ୧୧ଟାରେ ପ୍ରେସମିଟ୍‌ କରି ପ୍ରତିକ୍ରିୟା ରଖିବେ ବୋର୍ଡ କର୍ତ୍ତୃପକ୍ଷ। ଏଥିସହ ମାଟ୍ରିକ ମୂଲ୍ୟାୟନ ନେଇ ଛାତ୍ରଛାତ୍ରୀଙ୍କ ଦ୍ୱନ୍ଦ୍ୱ ମଧ୍ୟ ଦୂର କରିବେ ବୋର୍ଡ କର୍ତ୍ତୃପକ୍ଷ।

ମାଟ୍ରିକ୍ ରେଜଲ୍ଟକୁ ନେଇ ବିଭିନ୍ନ ସ୍ଥାନରେ ପ୍ରତିବାଦ ହେବା ପରେ ପ୍ରତିକ୍ରିୟା ରଖିଥିଲେ ବୋର୍ଡ ସଭାପତି। ମାଟ୍ରିକ ମୂଲ୍ୟାୟନରେ କୌଣସି ତ୍ରୁଟି ହୋଇନାହିଁ। ଚାରି ବର୍ଷର ସ୍କୁଲ ମାର୍କକୁ ନେଇ ରେଜଲ୍‌ଟ ପ୍ରକାଶ କରାଯାଇଛି।

ଯେଉଁ ଛାତ୍ରଛାତ୍ରୀ ରେଜଲ୍‌ଟକୁ ନେଇ ଅସନ୍ତୁଷ୍ଟ, ସେମାନେ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେଇପାରିବେ। ଯାହା ହୋଇଛି ନିୟମ ଅନୁସାରେ ହୋଇଛି। ତେବେ ମାର୍କ ସଂଶୋଧନର କୌଣସି ଆବଶ୍ୟକତା ନାହିଁ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି। ମାଟ୍ରିକ ରେଜଲ୍‌ଟରେ ତ୍ରୁଟି ଅଭିଯୋଗ କରି ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ପ୍ରତିବାଦ କରିଥିଲେ।