Odisha Link
Bridging the Missing Links in Odisha

ଗର୍ଭ ଯନ୍ତ୍ରଣାରେ ମହିଳାଙ୍କ ମୃତ୍ୟୁ, ପେଟରେ ଆଖି ବୁଜିଲେ ଯାଆଁଳା ଛୁଆ

ବାଲେଶ୍ୱର: ଗର୍ଭ ଯନ୍ତ୍ରଣାରେ ପ୍ରସବ ପୂର୍ବରୁ ମହିଳାଙ୍କ ମୃତ୍ୟୁ। ଦୁନିଆକୁ ଦୁଇଟି ଜୀବନ ଆଣିବା ଆଗରୁ ଚିରନିଦ୍ରାରେ ଶୋଇଗଲା ସ୍ତ୍ରୀ। ଭାଙ୍ଗିଯାଇଛି ରମାକାନ୍ତଙ୍କର ସୁନା ସଂସାର। ବାପା ହେବେ ବୋଲି ପାଦ ମାଟିରେ ବି ଲାଗୁନଥିବା ବେଳେ ବାପା ଡାକ ତ ଶୁଣିବା ଦୂରର କଥା। ନିଷ୍ଠୁର ବିଧାତା ସ୍ତ୍ରୀକୁ ଛଡାଇ ନେଲା। ଆଉ ଆସୁଥିବା ଅତିଥି ସହ ମାଆ ବି ଆଖିବୁଜିଲା। ସ୍ତ୍ରୀର ମୃତ୍ୟୁରେ ଛାତି ଫଟେଇ କାନ୍ଦୁଛି ସ୍ୱାମୀ।

ଉଠ ଧନ ଉଠ… ଆରେ ମୁଁ ଡାକୁଛି ପରା ଉଠି ଯା…କେତେ ଆଉ ମିଛି ମିଛିକା ଆଖି ବୁଜି ମୋ ସହ ଖେଳ ଖେଳିବୁ। ତୁ ଆଖି ନଖୋଲିଲା ବେଳକୁ ଛାତିରୁ କଲିଜାଟା ଖସି ପଡୁଛି ଲୋ… ଉଠି ଯା, ଏ ଧନ ! ଦେଖ, ଡାକ୍ତର ବାବୁ ଆସିଲେଣି। ତୁ ମାଆ ହେବୁ, ମୁଁ ବାପା ହେବି… ଆଉ ଆମର ଦୁଇଟା ଗୁଲୁଗାଲିଆ ଛୁଆ ହେବ… ଉଠ, ଆଖି ଖୋଲ… ଆଖି ଖୋଲ…

ଭାଙ୍ଗିଯାଇଛି ରମାକାନ୍ତଙ୍କର ସୁନା ସଂସାର। ବାପା ହେବେ ବୋଲି ପାଦ ମାଟିରେ ବି ଲାଗୁନଥିବା ବେଳେ ବାପା ଡାକ ତ ଶୁଣିବା ଦୂରର କଥା। ନିଷ୍ଠୁର ବିଧାତା ସ୍ତ୍ରୀକୁ ଛଡାଇ ନେଲା। ଆଉ ଆସୁଥିବା ଅତିଥି ସହ ମାଆ ବି ଆଖିବୁଜିଲା।

ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ତଳନଗର ସୁନାରୀ ଗାଁରେ। ପ୍ରସବ ପୂର୍ବରୁ ଆରପାରିକୁ ଚାଲି ଯାଇଛନ୍ତି ଗର୍ଭବତୀ ମହିଳା। ଗର୍ଭ ଯନ୍ତ୍ରଣା ହେବାରୁ ୨୧ ବର୍ଷୀୟ ମହିଳା ଜଣଙ୍କୁ ପ୍ରସୂତୀ ପାଇଁ ସୋର ହସ୍ପିଟାଲକୁ ନିଆଯାଇଥିଲା। ହେଲେ ଅଧବାଟରେ ଆଖି ବୁଝି ଦେଇଥିଲେ ମହିଳା। ହସ୍ପିଟାଲରେ ପହଞ୍ଚିବା ପରେ ମହିଳାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଆଉ ସ୍ତ୍ରୀର ଦେହାନ୍ତ ଖବର ଶୁଣିବା ପରେ ଶବକୁ ଧରି ବାହୁନି ବାହୁନି କାନ୍ଦୁଛିି ସ୍ୱାମୀ।

ମହିଳାଙ୍କ ମୃତ୍ୟୁ ପରେ ପୋଷ୍ଟମର୍ଟମ ହୋଇଥିବା ବେଳେ ପେଟ ଭିତରୁ ଦୁଇଟି କୁନି କୁନି ଯାଆଁଳା ଶିଶୁ କନ୍ୟା ମୃତ ଅବସ୍ଥାରେ ବାହାର କରାଯାଇଥିବା ସୂଚନା ମିଳିଛି। ପରିବାର ଅତିଥିଙ୍କ ଆସିବା ବାଟକୁ ଚାହିଁ ଖୁସିରେ ଆତ୍ମହରା ହେଉଥିଲା କେଇ ସେକେଣ୍ଡରେ ସବୁ ଛାରଖାର ହୋଇଯାଇଛି।

Leave A Reply

Your email address will not be published.