Odisha Link
Bridging the Missing Links in Odisha

ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ପୁରୀ: ଆଜି ରଥଯାତ୍ରା ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଘୋଷଯାତ୍ରାକୁ ଶୃଙ୍ଖଳିତ କରିବାକୁ ବୈଠକରେ ଆଲୋଚନା କରାଯିବ। ଗତକାଲି ଭର୍ଚୁଆଲ ମାଧ୍ୟମରେ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଆଇନ୍‌ ବିଭାଗର ବରିଷ୍ଠ ଅଧିକାରୀ ଜିଲ୍ଲାପାଳ, ଏସ୍‌ପିଙ୍କ ସମେତ ଶ୍ରୀମନ୍ଦିର ବହୁ ଅଧିକାରୀ ଯୋଗ ଦେଇଥିଲେ।

ଗତବର୍ଷ ଭଳି ଚଳିତ ବର୍ଷ କୋଭିଡ୍ କଟକଣାରେ ନବଦିନାତ୍ମକ ଯାତ୍ରା ସାରିବାକୁ ପ୍ରସ୍ତୁତ ରହିଛି ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ। ଯାତ୍ରା ସମୟରେ ତିନୋଟି ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଇଛି। ରଥଯାତ୍ରାରେ ନିୟୋଜିତ ସମସ୍ତ ସେବାୟତଙ୍କ କୋଭିଡ୍ ଟେଷ୍ଟ ହେବ।

କୋଭିଡ୍ କଟକଣାର ଅନୁପାଳନ ସହ କେବଳ ସେବାୟତ ହିଁ ରଥ ଟାଣିବେ ବୋଲି ନିଷ୍ପତ୍ତି ହୋଇଛି। ସେହିପରି ସ୍ୱାସ୍ଥ୍ୟ ଓ ପାନୀୟ ଜଳ ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଇଛି।