Odisha Link
Bridging the Missing Links in Odisha

ଲକଡାଉନ ଖୋଲିଲେ ରାଜ୍ୟରେ ଗଡିବ ସବୁ ବସ୍: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଲକଡାଉନ ଖୋଲିଲେ ରାଜ୍ୟରେ ଗଡିବ ସବୁ ବସ୍। ଆଉ ଦିନକ ପରେ ରାଜ୍ୟରେ ଆଂଶିକ ଲକଡାଉନ ୨ୟ ପର୍ଯ୍ୟାୟ ଶେଷ ହେଉଥିବା ବେଳେ ବସ୍ ପରିବହନକୁ ବିଚାର ବିମର୍ଷ ଜାରି ରହିଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ।

ବର୍ତ୍ତମାନ ସରକାରଙ୍କ A କ୍ୟାଟଗୋରୀ ଚିହ୍ନିତ ୨୦ ଜିଲ୍ଲାରେ ପ୍ରାୟତଃ ବସ୍ ଚାଲୁଛି। ବାକି ୧୬ ତାରିଖ ପରେ ଲକ୍ ଡାଉନ୍ କୋହଳ ହେଲେ ବାକି ୧୦ ଜିଲ୍ଲାରେ ମଧ୍ୟ ବସ ଚଳାଚଳ କରିବା ନେଇ ବିଭାଗ ପକ୍ଷରୁ ବିଚାର ବିମର୍ଷ ଚାଲିଥିବା କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଏହାସହ ଆନ୍ତଃ ରାଜ୍ୟ ଓ ଜିଲ୍ଲା ସ୍ତରରେ ମଧ୍ୟ ବସ୍ ଚଳପ୍ରଚଳ କରିବ। ସେହିପରି ଟିକସ ଛାଡ଼ ଦିଗରେ ବ୍ୟବସ୍ଥା କରାଯାଉଥିବା ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ଓ ଲକ୍‌ଡାଉନ୍‌ ଲାଗି ବସ୍‌ ଚଳାଚଳା ଉପରେ ରୋକ ଲଗାଇଥିଲେ। ଏବେ ସଂକ୍ରମଣ ଗ୍ରାଫ୍‌ କମିବା ପରେ କିଛି ଜିଲ୍ଲାରେ ବସ୍‌ ଚଳାଚଳ ଜାରି ରହିଛି। ଖାସ୍‌ କରି A କ୍ୟାଟଗୋରୀ ଜିଲ୍ଲାରେ ବସ୍‌ ସେବା ଜାରି ରହିଛି। କିନ୍ତୁ B କାଟାଗୋରୀ ଜିଲ୍ଲାରେ ବସ୍‌ ସେବା ବନ୍ଦ ରହିଛି।

Leave A Reply

Your email address will not be published.