Odisha Link
Bridging the Missing Links in Odisha

ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକରା

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହାର ଦିନକ ପୂର୍ବରୁ ୧୮ ତାରିଖ ସରକାର ଏକ ସର୍ବ ଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିବେ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏହି ବୈଠକ ପାଇଁ ସବୁ ରାଜନୈତିକ ଦଳର ନେତାମାନଙ୍କୁ ଆମନ୍ତ୍ରଣ କରିଛନ୍ତି। ସଂସଦର ଅଧିବେଶନକୁ କିପରି ସୁରୁଖୁରୁରେ ଚଳାଯିବ ସେଥିପାଇଁ ସରକାର ବିରୋଧୀ ଦଳମାନଙ୍କ ସହଯୋଗ ଲୋଡ଼ିବେ।

ତେବେ ଆସନ୍ତା ମୌସମୀ ଅଧିବେଶନ ବେଶ ସରଗରମ ହେବାର ସମ୍ଭାବନା ରହିଛି। ସରକାରଙ୍କୁ ଘେରିବାକୁ ବିରୋଧୀ ଦଳମାନଙ୍କ ୨ୟ ଲହରକୁ ରୋକିବାରେ ବିଫଳତା, ଅମ୍ଳଜାନ ସଂକଟ, ନଦୀରେ ମୃତଦେହ ଆଦି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଟାର୍ଗେଟ କରିବାର ସମ୍ଭାବନା ରହିଛି। ସେହିପରି ପେଟ୍ରୋଲ ଡିଜେଲ ସମେତ ବିଭିନ୍ନ ସାମଗ୍ରୀର ଦରବୃଦ୍ଧି ପ୍ରସଙ୍ଗରେ ବି ସରକାରଙ୍କୁ ବିରୋଧୀ ଦଳ ଘେରିବାର ସମ୍ଭାବନା ରହିଛି।

Leave A Reply

Your email address will not be published.