Odisha Link
Bridging the Missing Links in Odisha

ଫ୍ୟାମିଲି କୋର୍ଟର ବର୍ଷା ଓ ଅନୁଭବ, ତୁଟିଲାନି ବିବାଦ

କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ଅଭିନେତା ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ପ୍ରସଙ୍ଗ। କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ବର୍ଷା ଓ ଅନୁଭବ। ଫ୍ୟାମିଲି କୋର୍ଟର ମଧ୍ୟସ୍ଥତା କେନ୍ଦ୍ରରେ ଉପସ୍ଥିତ ହୋଇଛନ୍ତି ବର୍ଷା। ଗତ ଶୁକ୍ରବାର ଉଭୟ ବର୍ଷା ଓ ଅନୁଭବ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ। ମଧ୍ୟସ୍ଥତା କେନ୍ଦ୍ରରେ ଉଭୟ ହାଜର ହୋଇଥିଲେ। ତେବେ ୧୪ ତାରିଖରେ ପୁଣି ହାଜର ହେବାକୁ ଦିନ ଧାର୍ଯ୍ୟ କରଯାଉଥିଲା ତଦନୁଯାୟୀ ଉଭୟ ଆଜି କୋର୍ଟଙ୍କ ନିକଟରେ ହାଜର ହୋଇଛନ୍ତି ।

କଟକ ସ୍ଥିତ ଫ୍ୟାମିଲି କୋର୍ଟରେ ଉଭୟଙ୍କ ମଧ୍ୟରେ ବୁଝାମଣା ପାଇଁ ହାଜର ହୋଇଥିବା ଜଣାପଡ଼ିଛି। ବିବାଦକୁ ଏଡାଇ ସ୍ୱାମୀ-ସ୍ତ୍ରୀ ଭାବେ ପୁଣିଥରେ ପରିବାରକୁ ଆଗକୁ ବଢାଇବା ପାଇଁ କନସିଲେସନ କମିଶନରଙ୍କ ପକ୍ଷରୁ ଉଦ୍ୟମ କରାଯାଇଥିଲା। ହେଲେ ସେଭଳି କୌଣସି ସୁଫଳ ମିଳିନଥିଲା।

ସୂଚନାଯୋଗ୍ୟ, ଛାଡପତ୍ର ନେଇ କଟକ ଫ୍ୟାମିଲି କୋର୍ଟ ମାମଲା ଦାୟର ହୋଇଥିଲା। ମାତ୍ର ଫ୍ୟାମିଲି କୋର୍ଟ କମିଶନର ବହୁ ବାର କୋର୍ଟରେ ହାଜର ହେବାକୁ ନୋଟିସ୍ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବର୍ଷା ହାଜର ହେଉଥିବା ବେଳେ ଅନୁଭବ ଆସୁନଥିଲେ। ଆଉ କେତେବେଳେ ଅନୁଭବ ଆସୁଥିଲା ବେଳେ ବର୍ଷା ହାଜର ହେଉନଥିଲେ। ଯେଉଁଥିପାଇଁ ଉଭୟଙ୍କ ଭିତରେ ଲାଗି ରହିଥିବା ଛାଡ଼ପତ୍ର ମାମଲାର ସମାଧାନ ହୋଇପାରୁନଥିଲା।

Leave A Reply

Your email address will not be published.