Odisha Link
Bridging the Missing Links in Odisha

ଇସ୍ପାତ ସିଟିରେ ସେକ୍ସ ରାକେଟ ଠାବ, ୫ ଗିରଫ

ରାଉରକେଲା: ରାଉରକେଲା କଚେରୀ ରୋଡ ଅଞ୍ଚଳରେ ଥିବା କମ୍ଫର୍ଟ ହୋଟେଲରୁ ସେକ୍ସ୍ ରାକେଟ ମାମଲା। ଏହି ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ହୋଟେଲର ଦୁଇ ଜଣ ମ୍ୟାନେଜର ଓ ହୋଟେଲ ମାଲିକଙ୍କୁ ଗିରଫ କରିଛି। ଏହାସହ ହୋଟେଲରୁ ଧରାପଡିଥିବା ଦୁଇ ଗ୍ରାହକଙ୍କୁ ମଧ୍ୟ ଗିରଫ କରାଯାଇଛି।

ପଶ୍ଚିମବଙ୍ଗର ୪ ଜଣ ଯୁବତୀଙ୍କ ସହ ବଲାଙ୍ଗୀର ଅଞ୍ଚଳର ଜଣେ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ହୋଟେଲରୁ ସେକ୍ସ ରାକେଟ ସମ୍ପର୍କିତ ଡାଏରୀ ସହ ବିଭିନ୍ନ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି। ସେକ୍ସ୍ ରାକେଟ ଚାଲିଥିବା ସୂଚନା ପାଇ ଗତ ରାତିରେ ହୋଟେଲ କମ୍ଫର୍ଟରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା।

ସୂଚନାଯୋଗ୍ୟ, ରାଉରକେଲା ସହରର ଉଦିତନଗର କଚେରୀ ରୋଡ୍ ଅଞ୍ଚଳରେ ଥିବା ଏକ ହୋଟେଲରେ ସେକ୍ସ ରାକେଟ ଚାଲିଥିଲା ବେଳେ ଖବର ପାଇ ପୋଲିସ ଗତକାଲି ଚଢାଉ କରିଥିଲା। ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ ଓ ଉଦିତନଗର ଥାନା ପୋଲିସ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇ ୫ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ହୋଇଥିବା ୫ ଜଣ ଯୁବତୀଙ୍କ ମଧ୍ୟରୁ ୪ ଜଣ ପଶ୍ଚିମବଙ୍ଗର । ସେକ୍ସ ରାକେଟରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

 

Leave A Reply

Your email address will not be published.