Odisha Link
Bridging the Missing Links in Odisha

ରାଜ୍ୟରେ ସୋମବାରୁ ସ୍ୱାଭାବିକ ହେବ ବସ୍ ଚଳାଚଳ

ଭୁବନେଶ୍ୱର: ରାଜ୍ୟରେ ସୋମବାର ଠାରୁ ସ୍ୱାଭାବିକ ହେବ ବସ୍ ଚଳାଚଳ। ଏନେଇ ଘରୋଇ ବସ୍ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ସଂପାଦକ ସୂଚନା ଦେଇଛନ୍ତି। ଘରୋଇ ବସ୍ ମାଲିକ ସଂଘ ସହ ସରକାରଙ୍କ ଆଲୋଚନା ସଫଳ ହୋଇଛି। ସଂଘର ଦାବି ଉପରେ ସରକାର ଶୀଘ୍ର ନିଷ୍ପତ୍ତି ନେବେ ବୋଲି ସଂପାଦକ କହିଛନ୍ତି।

ଲକଡାଉନର ପ୍ରାୟ ତିନି ମାସ ପରେ ଆଂଶିକ ଲକଡାଉନ୍ ଆଶ୍ୱସ୍ତି ଆଣିଛି। ଅଗଷ୍ଟ ୧ ଯାଏଁ ନୂଆ ଗାଇଡଲାଇନ୍ ପରେ ବସ୍‌ ଚଳାଚଳକୁ ଅନୁମତି ମିଳିଥିଲେ ବି ବସ୍ ଗଡିନଥିଲା। ଘରୋଇ ବସ୍ ମାଲିକ ସଂଘର କହିବା ମୁତାବକ, ରାଜ୍ୟ ସରକାରଙ୍କ ସହିତ ଆଲୋଚନା ନହେବା ଯାଏଁ ବସ୍ ଗଡ଼ିବନି। ୧ ଲକ୍ଷ ଟଙ୍କା ସହାୟତା ରାଶି, ବୀମା ଅବଧି ବୃଦ୍ଧି, ଇଏମଆଇ ଘୁଞ୍ଚାଇବା ଆଦି ୭ ଦଫା ଦାବି ଉଠାଇ ବସ୍ ନଚଳାଇବାକୁ ନିଷ୍ପତ୍ତି ନେଇଥିଲା ସଂଘ।

୧୮ ମାସ ଧରି ବନ୍ଦ ହୋଇ ପଡି ରହିଥିବା ବସ ଚାଲିବା ଅବସ୍ଥାରେ ନାହିଁ। ଏଭଳି ସ୍ଥିତିରେ ଡିଜେଲ ଦର ବୃଦ୍ଧି ପାଇଥିବା ବେଳେ ଯାତ୍ରୀ ବି ଆସୁନାହାଁନ୍ତି। ତେଣୁ କିଭଳି ଭାବେ ସମ୍ପୂର୍ଣ୍ଣ ବସ୍ ଚଳାଚଳ କରିବ ବୋଲି ଓଡ଼ିଶା ବସ୍ ଆସୋସିଏସନ୍ ପ୍ରଶ୍ନ ଉଠାଇବା ସହ ବସ୍ ସେବା ସ୍ୱାଭାବିକ ହେବାକୁ କିଛିଦିନ ଲାଗିବ।

Leave A Reply

Your email address will not be published.