Odisha Link
Bridging the Missing Links in Odisha

ଭାରତୀୟ ନୌସେନାରେ ସାମିଲ ହେଲା MH-60 ରୋମିଓ ହେଲିକପ୍ଟର

ନୂଆଦିଲ୍ଲୀ: ଆହୁରି ସଶକ୍ତ ହେଲା ଭାରତୀୟ ନୌସେନା। ଦେଶର ସୀମା ସୁରକ୍ଷାକୁ ଅହଚରି ମଜଭୁତ କରିବାକୁ ଆଜି ଭାରତୀୟ ନୌସେନାରେ ସାମିଲ ହୋଇଛି ଆମେରିକା ନିର୍ମିତ ଏମଏଚ୍-୬୦ଆର୍ ୨ ଟି ରୋମିଓ ମଲଟିରୋଲ ହେଲିକପ୍ଟର। ଶୁକ୍ରବାର ନର୍ଦନ ଆଇଲାଣ୍ଡସ୍ଥିତ ଆମେରିକା ନୌସେନା ଘାଟିରେ ଅନୁଷ୍ଠିତ ଏକ ସମାରୋହରେ ଏହି ଦୁଇଟି ହେଲିକପ୍ଟରକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ଏହି ଅବସରରେ ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ତରନଜିତ୍ ସିଂ ଓ ଭାରତୀୟ ନୌସେନାର ଉପମୁଖ୍ୟ ଭାଇସ ଆଡମିରାଲ ରବନିତ୍ ସିଂ ଉପସ୍ଥିତ ଥିଲେ।

୨୦୧୯ ଫେବୃଆରୀ ମାସରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଭାରତ ଯାତ୍ରାରେ ଆସିଥିବା ବେଳେ ଦୁଇ ଦେଶର ଫରେନ ମିଲଟାରୀ ସେଲସ୍ (ଏଫଏମଏସ୍) ମାଧ୍ୟମରେ ଭାରତୀୟ ନୌସେନା ପାଇଁ ୨୪ ଟି ମଲ୍ଟି ମିଶନ ଏମଏଚ୍-୬୦ ଆର ହେଲିକପ୍ଟର ନେଇ ଚୁକ୍ତି ହୋଇଥିଲା। ଆମେରିକା ସହିତ ଏହି ଚୁକ୍ତି ୨୪ ବିଲିୟନ ଡଲାର ବା ୨୧ ହଜାର କୋଟି ଟଙ୍କାର ହୋଇଥିଲା। ଆମେରିକା ନୌସେନା ଏବେ ୨ ଟି ହେଲିକପ୍ଟର ଭାରତକୁ ଦେଇଛି। ଅନ୍ୟ ହେଲିକପ୍ଟର ଆସିବା ପୂର୍ବରୁ ଭାରତୀୟ ନୌସେନା ନିଜର ପ୍ରଶିକ୍ଷଣ ଆରମ୍ଭ କରିବ।

ଏହି ହେଲିକପ୍ଟର ଗୁଡ଼ିକରେ ଏଜିଏମ-୧୧୪ ହେଲଫାୟାର କ୍ଷେପଣାସ୍ତ୍ର, ଏମକେ୫୪ ଟର୍ପେଡୋ ଆଦି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଖଞ୍ଜା ଯାଇପାରିବ। ଏଗୁଡ଼ିକ ଆସିବା ପରେ ଭାରତୀୟ ନୌସେନାର ଆକ୍ରମଣ କ୍ଷମତା ବୃଦ୍ଧି ପାଇବ। ବିଶେଷକରି ଭାରତ-ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ନୌସେନାର ଶକ୍ତି ବୃଦ୍ଧି ପାଇବ।

Leave A Reply

Your email address will not be published.