Odisha Link
Bridging the Missing Links in Odisha

ବନ ସଂରକ୍ଷକ ମୃତ୍ୟୁ ମାମଲା: ରୋଷେୟା ହିଁ କହିପାରିବ ମୃତ୍ୟୁର କାରଣ, ବୟାନ ରେକର୍ଡ ଜାରି

ଭୁବନେଶ୍ୱର: ବହୁଚର୍ଚ୍ଚିତ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମମଲାରେ ପରିବାର ଓ ଅନ୍ତରଙ୍ଗ ବନ୍ଧୁଙ୍କ ବୟାନ ରେକର୍ଡ କରୁଛି ପାରଳାଖେମୁଣ୍ଡି ପୁଲିସ। ଏଥସହ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ଅନୁସନ୍ଧାନ କରୁଛି। ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରୁଛି ପୁଲିସ। ସବୁ ରେକର୍ଡ ସଂଗ୍ରହ ପରେ ତଦନ୍ତର ଦିଗ କେଉଁ ଆଡକୁ ଯିବ ତାହା ଜଣାପଡ଼ିବ ।

ସେପଟେ ଏସଡିପିଓଙ୍କ ନେତୃତ୍ୱରେ ୪ ଜଣିଆ ସ୍ବତନ୍ତ୍ର ଦଳ ତଦନ୍ତ କରୁଛି। ସୌମ୍ୟଙ୍କ ସହ ଲିଙ୍କରେ ଥିବା କିଛି କର୍ମଚାରୀଙ୍କ ସହ ଆଲୋଚନା କରୁଛି ତଦନ୍ତକାରୀ ଟିମ୍। ଏହାଛଡ଼ା ପଡିଶା ଏବଂ ଅନ୍ୟ କିଛି କମର୍ଚାରୀ ବି ତଦନ୍ତ ପରିସରଭୁକ୍ତ ହେବ। ସେପଟେ ଘରର ରୋଷେୟା ମନ୍ମଥ କୁମ୍ଭ ହିଁ ମୃତ୍ୟୁ ରହସ୍ୟର କରିପାରିବ ଖୁଲାସା। ଏନେଇ ଆଇନଜୀବୀଙ୍କ ସହ ସୌମ୍ୟଙ୍କ ପରିବାର ପାରଳାଖେମୁଣ୍ଡିରେ ପହଞ୍ଚି ପୋଲିସ ସହ ଆଲୋଚନା କରିଛନ୍ତି।

ଅନ୍ୟପଟେ ସୌମ୍ୟଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ଅଭିଯୋଗ କରୁଛନ୍ତି ଯେ, ଡିଏଫ୍ଓ ଏବଂ ବୋହୂଙ୍କ ମଧ୍ୟରେ ପରକୀୟା ପ୍ରୀତିକୁ ନେଇ ସୌମ୍ୟ ମାନସିକ ଅବସାଦରେ ଏପରି କରିଧାି ପାରନ୍ତି। ପୂର୍ବରୁ ଏନେଇ ଡିଏଫଓ ସଂଗ୍ରାମ କେଶରୀ ବେହେରା, ସ୍ତ୍ରୀ ବିଦ୍ୟାଭାରତୀ ଓ ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ ମାମଲା ରୁଜୁ ହୋଇଛି। ହତ୍ୟା ଓ ହତ୍ୟା ଷଡ଼ଯନ୍ତ୍ର ନେଇ ପୁଲିସ ମାମଲା ରୁଜୁ କରିଛି।

Leave A Reply

Your email address will not be published.