Odisha Link
Bridging the Missing Links in Odisha

ମାତିଛନ୍ତି ଧଳାଜହର ବେପାରୀ, କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

ଭଦ୍ରକ: ରାଜ୍ୟରେ ମାତିଛନ୍ତି ଧଳାଜହର ବେପାରୀ। ବାରମ୍ବାର ଚଢଉ ସତ୍ତ୍ୱେ କମୁନି ବ୍ରାଉନସୁଗାର କାରବାର। ଆଜି ଭଦ୍ରକ ଜିଲ୍ଲା ପୁଲିସ କବଜାରେ ଏକ ବ୍ରାଉନ ସୁଗାର ମାଫିଆଙ୍କୁ ଧରିଛି। ସେମାନଙ୍କ ଠାରୁ ୧ କୋଟିରୁ ଅଧିକ ମୂଲ୍ୟର ବ୍ରାଉନସୁଗାର ଜବତ କରାଯାଇଛି। ଏହି ନିଶାଦ୍ରବ୍ୟ ଜଳେଶ୍ବରରୁ ଚାଲାଣ ହେଉଥିଲା।

ଏହି ନିଶାଦ୍ରବ୍ୟ ଅଟୋରେ ଭଦ୍ରକ ଆଣୁଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥର ଚରମ୍ପା ନିକଟସ୍ଥ ଧାମରା ରେଳ ଓଭରବ୍ରିଜ ନିକଟରେ ଗ୍ରାମାଞ୍ଚଳ ପୋଲିସ ଏହାକୁ ଜବତ କରିଛି। ଜବତ ବ୍ରାଉନସୁଗାରର ଓଜନ ୧ କିଲୋ ୯୦ ଗ୍ରାମ ହୋଇଥିବା ବେଳେ ବ୍ରାଉନସୁଗାରର ମୂଲ୍ୟ ୧ କୋଟିରୁ ଅଧିକ ଟଙ୍କା ବୋଲି ଜଣାପଡିଛି। ଘଟଣାସ୍ଥଳରେ ହିଁ ଅଟୋରେ ଥିବା ୪ ଜଣଙ୍କୁ ଗିରଫ କରିଥିଲା ପୋଲିସ।

ଜଳେଶ୍ବରର ବ୍ରାଉନସୁଗାର ମାଫିଆ ଚାଚିର ଭାଇ ଓ ମୋଷ୍ଟ ୱାଣ୍ଟେଡ଼ ଏସକେ ଅସଗରର ଶ୍ୱଶୁର ଏସକେ ଅବଦୁଲ ହମିଦ ମଧ୍ୟ ଗିରଫ ହୋଇଛନ୍ତି। ଏଥିସହ ଉଦୟପୁର ଗାଁର ମନୋଜ ଦାସ, ବରାଳପୋଖରୀ ଗାଁର କୁନିଲତା ଷଡଙ୍ଗୀ ଓ ଅଜୟ କୁମାର ଷଡଙ୍ଗୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି।

Leave A Reply

Your email address will not be published.