Odisha Link
Bridging the Missing Links in Odisha

ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା

ଡେରାଡୁନ୍: ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା। ଉତ୍ତରାଖଣ୍ଡରେ ମଧ୍ୟ ବାଦଲଫଟା ବର୍ଷା ଲାଗି ରହିଛି। ଯାହା ଫଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ନିଖୋଜ ଥିବା ସୂଚନା ମିଳିଛି। ଉତ୍ତରକାଶି ଜିଲ୍ଲାର ମାଣ୍ଡୋ ଜିଲ୍ଲାରେ ବାଦଲଫଟା ବର୍ଷାରେ ଏହି ଅଘଟଣ ଘଟିଛି।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଭୀଷଣ ବର୍ଷା ହୋଇଥିଲା। ଏସଡିଆରଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏହି ଅଞ୍ଚଳରେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣାପଡିଛି। ଏସଡିଆରଏଫ ଦାୟିତ୍ୱରେ ଥିବା ଜଗଦମ୍ବା ପ୍ରସାଦ କହିଛନ୍ତି ଯେ ମାଣ୍ଡୋରେ ବାଦଳ ଫାଟି ବିସ୍ଫୋରଣ ହେବାରୁ ଯୋଗୁଁ ୩ ଜଣଙ୍କର ମୃତ୍ୟୁ ହୋଇଛି।

ପ୍ରବଳ ବର୍ଷା ହେତୁ ଅଧିକାଂଶ ନଦୀ ଜଳସ୍ତର ବଢିଛି। ଗଙ୍ଗା, ଯମୁନା, ଭାଗୀରଥୀ, ଆଲାକାନନ୍ଦ, ମାଣ୍ଡାକିନି, ପିନ୍ଦର, ନନ୍ଦକିନି, ଟନ୍, ସାରୁ, ଗୋରି, କାଳୀ, ରାମଗଙ୍ଗା ଇତ୍ୟାଦି ନଦୀଗୁଡ଼ିକ ବିପଦ ସଂକେତରୁ ଅଧିକ ସ୍ତରରେ ପ୍ରବାହିତ ହେଉଛି।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା ଯେଉଁଠାରେ ରାଇୱାଲାରେ ସର୍ବାଧିକ ୧୨୦ ମିଲିମିଟର, ଋଷିକେଶରେ ୧୦୫.୨ ମିଲିମିଟର, କୋଟୱାରରେ ୯୭ ମିଲିମିଟର, ଖାତିମାରେ ୮୩ ମିଲିମିଟର, ମୋହକାମପୁରରେ ୮୦ ମିଲିମିଟର, ମୁସୁରୀରେ ୭୦ ମିଲିମିଟର ଯସପୁରରେ ୫୦ ମିମି ଏବଂ ସାହସପୁରରେ ୩୦ ମିମି ବର୍ଷା ହୋଇଛି।

Leave A Reply

Your email address will not be published.