Odisha Link
Bridging the Missing Links in Odisha

ପ୍ରଥମ ଟ୍ରାନ୍ସଜେଣ୍ଡର ବିଧାନସଭା ପ୍ରାର୍ଥୀଙ୍କ ମୃତଦେହ ଉଦ୍ଧାର

ଥିରୁୱନନ୍ତପୁରମ୍‌: କେରଳର ପ୍ରଥମ ଟ୍ରାନ୍ସଜେଣ୍ଡର ପ୍ରାର୍ଥୀ ତଥା ରାଜ୍ୟର ପ୍ରଥମ ଟ୍ରାନ୍ସ ରେଡିଓ ଜକି ଅନନ୍ୟା କୁମାରୀ ଆଲେକ୍ସ ଆତ୍ମହତ୍ୟା ମୃତଦେହ ଉଦ୍ଧାର। ଅନନ୍ୟାଙ୍କ ମୃତଦେହ କୋଚିରେ ଥିବା ନିଜ ଫ୍ଲାଟରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା । ପ୍ରାଥମିକ ଅନୁସନ୍ଧାନ ପରେ ପୋଲିସ ଏହାକୁ ଆତ୍ମହତ୍ୟା ବୋଲି କହିଛି।

ଅନନ୍ୟା ୨୦୨୦ରେ କୋଚିର ଏକ ଘରୋଇ ଡାକ୍ତରଖାନାରେ ଭେଜିନୋପ୍ଲାଷ୍ଟି ଅସ୍ତ୍ରୋପଚାର କରିଥିଲେ। ସେ କହିଥିଲେ ଯେ ଅସ୍ତ୍ରୋପଚାରର ଗୋଟିଏ ବର୍ଷ ପରେ ମଧ୍ୟ ସେ ବହୁତ ସମସ୍ୟାର ସମ୍ମୁଖିନ ହୋଇଥିଲେ ଏବଂ ଅଧିକ ସମୟ ଠିଆ ହୋଇପାରୁନଥିଲେ। ଶାରୀରିକ ସମସ୍ୟା ହେତୁ ସେ କାମ କରିବାକୁ ମଧ୍ୟ ସକ୍ଷମ ହୋଇନଥିଲେ ବୋଲି ଅନନ୍ୟା କହିଥିଲେ। ଅସ୍ତ୍ରୋପଚାର ସମୟରେ ହୋଇଥିବା ଭୁଲ ହେତୁ ସେ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଅନନ୍ୟା କହିଥିଲେ।

ଅସ୍ତ୍ରୋପଚାରର ଖୁଲାସା କରିବା ପରେ ଏବେ ସନ୍ଦେହ ଜନକ ଅବସ୍ଥାରେ ତାଙ୍କ ମୃତଦେହ ମିଳିଛି। ପୁଲିସ ଅନନ୍ୟାଙ୍କ ମୃତଦେହ ଜବତ କରି ଏର୍ନାକୁଲମର ଜେନେରାଲ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। କୁହାଯାଉଛି ଯେ ଅନନ୍ୟା ଶାରୀରିକ ଯନ୍ତ୍ରଣା ହେତୁ ଆତ୍ମହତ୍ୟା କରିଛନ୍ତି। ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛନ୍ତି ସେନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.