ଆସନ୍ତାକାଲି ପ୍ରକାଶ ପାଇବ ICSE ଦଶମ ଓ ISC ଦ୍ୱାଦଶ ରେଜଲ୍ଟ

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରକାଶ ପାଇବ ଆଇସିଏସଇ ଦଶମ ଓ ଆଇଏସସି ଦ୍ୱାଦଶ ରେଜଲ୍ଟ। କାଲି ଅପରାହ୍ନ ୩ଟାରେ ରେଜଲ୍ଟ ପ୍ରକାଶ ପାଇବାର ସୂଚନା ରହିଛି। ତେବେ ଚଳିତବର୍ଷ ଆଇସିଏସଇ ଓ ଆଇଏସସିରେ ୩ ଲକ୍ଷ ଛାତ୍ର ପରୀକ୍ଷା ଦେଇଥିଲେ।
ଛାତ୍ରଛାତ୍ରୀମାନଙ୍କ ପାଇଁ ଆଇସିଏସଇ ଓ ଆଇଏସସି ବୋର୍ଡର ଅଫିସିଆଲ ୱେବସାଇଟ http://cisce.org ଓ http://results.cisce.org ରେ ରେଜଲ୍ଟ ଜାରି କରାଯିବ। ସ୍କୁଲମାନଙ୍କ ପାଇଁ କ୍ୟାରିୟାର ପୋର୍ଟାଲରେ ଟାବୁଲେଶନ ରେଜିଷ୍ଟର ଉପଲବ୍ଧ ହେବ। ସ୍କୁଲଗୁଡି କାଉନ୍ସିଲ୍ର କ୍ୟାରିୟର ପୋର୍ଟାଲ ଲଗ୍ ଇନ୍ କରି ପ୍ରିନ୍ସିପାଲ୍ଙ୍କ ଲଗ୍ ଇନ୍ ଆଇଡି ଏବଂ ପାସୱାର୍ଡ ମାରି ରେଜଲ୍ଟ ପାଇପାରିବେ।
ତେବେ, ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁଁ ଆଇସିଏସଇ ଏବଂ ଆଇଏସସି ପରିଷଦ ସମସ୍ତ ପରୀକ୍ଷାକୁ ବାତିଲ କରିଦେଇଥିଲେ। ବର୍ତ୍ତମାନ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ପଦ୍ଧତିରେ ଫଳାଫଳ ପ୍ରସ୍ତୁତ କରାଯାଇଛି। ଜୁନ୍ ମାସରେ ପରିଷଦ ଘୋଷଣା କରିଥିଲା ଯେ, ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ଆଧାରରେ ଛାତ୍ରଛାତ୍ରୀଙ୍କୁ ମାର୍କ ପ୍ରଦାନ କରାଯିବ।