Odisha Link
Bridging the Missing Links in Odisha

ଆଜି ଶ୍ରାବଣ ପ୍ରଥମ ସୋମବାର; ବୋଲବମ୍ ମନା, ଖାଁ ଖାଁ ଶୈବ ପୀଠ

ଭୁବନେଶ୍ୱର: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଆଜିର ଦିନରେ କାଉଡ଼ିଆଙ୍କ ଭିଡ଼ ପ୍ରତି ଶୈବ ପୀଠରେ ଦେଖିବାକୁ ମିଳିଥାଏ। କାନ୍ଧରେ ମାନସିକ ଜଳ ଭାର ନେଇ ମହାଦେବଙ୍କ ଉପରେ ଢ଼ାଳିଥାନ୍ତି କାଉଡ଼ିଆ। କିନ୍ତୁ କରୋନା କଟକଣା ଯୋଗୁଁ ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବୋଲବମ୍ ଉପରେ ରୋକ ଲଗାଯାଇଛି। ରାଜ୍ୟର ସବୁ ଶିବ ମନ୍ଦିର ଖାଁ ଖାଁ ପଡିଛି ।

କରୋନା କଟକଣା ପାଇଁ କଟକ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବର ପୀଠ ଖାଁ ଖାଁ। ସେହିପରି ମହାପ୍ରଭୁ ଲିଙ୍ଗରାଜ, ଆରଡ଼ି ପୀଠ ଭଳି ରାଜ୍ୟର ବଡ଼ ବଡ଼ ମନ୍ଦିରେ କାଉଡ଼ିଆଙ୍କ ଗହଳି ନାହିଁ। କୋଭିଡି-୧୯ର ତୃତୀୟ ଲହର ପାଇଁ ରାଜ୍ୟ ସରକାର କାଉଁରିଆ ମାନଙ୍କ ଏହି ବୋଲବମ୍ ଯାତ୍ରାକୁ ବନ୍ଦ କରିଛନ୍ତି। ସମସ୍ତ ଶୈବ ପୀଠ ଭକ୍ତ ଶୂନ୍ୟ ହୋଇଛି।

Leave A Reply

Your email address will not be published.