Odisha Link
Bridging the Missing Links in Odisha

ରାଜ୍‌କୁନ୍ଦ୍ରାଙ୍କ ପ୍ରଡକ୍ସନ ହାଉସ ସହ ଓଡ଼ିଆ ହିରୋ ଲିଙ୍କ୍

ମୁମ୍ବାଇ: ଅଶ୍ଲୀଳ ଫିଲ୍ମ ନିର୍ମାଣ କରି ଶିଳ୍ପାସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଗିରଫ ହେବା ପରେ, ଏବେ ଦିନକୁ ଦିନ ରାଜ୍ କୁନ୍ଦ୍ରାଙ୍କ ପ୍ରଡକ୍ସନ ହାଉସକୁ ନେଇ ବହୁ ଅଭିନେତ୍ରୀ ଓ ମଡେଲେ ନୂଆ ନୂଆ ଖୁଲାସା କରୁଛନ୍ତି। ଏହାରି ଭିତରେ ରାଜ୍ କୁନ୍ଦ୍ରାଙ୍କ ପ୍ରଡକ୍ସନ ହାଉସ ସହ ଓଡିଆ ଅଭିନେତାଙ୍କ ଲିଙ୍କ୍‌ ସାମ୍ନାକୁ ଆସିଛି। ରାଜ୍ କୁନ୍ଦ୍ରାଙ୍କ ଭିଆନ୍ ଇଣ୍ଡଷ୍ଟ୍ରିଜ୍ ତଥା ହଟଷ୍ଟାର ଓଟିଟି ପ୍ଲାଟଫର୍ମ ପାଇଁ ନିର୍ମିତ କେତେକ ଫିଲ୍ମରେ ଅଭିନୟ କରିଛନ୍ତି ଓଡ଼ିଶାର ସେକ୍ସପିୟର ତ୍ରିପାଠୀ।

ସେକ୍ସପିୟର ତ୍ରିପାଠୀ ଲୋକପ୍ରିୟ ଓଟିଟି ପ୍ଳାଟଫର୍ମରେ ପ୍ରସାରିତ ହେଉଥିବା ଦୁଇଟି ଆଡଲ୍ଟ ମୁଭିରେ ଅଭିନୟ କରିଛନ୍ତି। ପେଜ୍ ଥ୍ରୀ ଓ ସୁର୍ତାଲ। ପେଜ୍ ଥ୍ରୀ ଏକ ରୋମାଂଟିକ୍ ଫିଲ୍ମ ହୋଇଥିବାବେଳେ, ସୁରତାଲରେ ଏକ ନୃତ୍ୟ ପ୍ରଶିକ୍ଷକ ଭାବରେ ଅଭିନୟ କରିଛନ୍ତିି। ଗଣମାଧ୍ୟମ ସହ ସାକ୍ଷାତକାରରେ ସେକସପିୟର କହିଛନ୍ତିି, ଏହି ଦୁଇଟି ଯାକ ଫିଲ୍ମରେ କୌଣସି ଅଶ୍ଳୀଳ ଦୃଶ୍ୟ ନଥିଲା, ଏବଂ ସେ ଜାଣି ବି ନଥିଲେ ଏହା ବେଆଇନ ବୋଲି।

ସେକସପିୟରଙ୍କ ସିନେମା ପ୍ରତି ରୁଚି ସେତେବେଳେ ବଢ଼ିଥିଲା ଯେତେବେଳେ ତାଙ୍କ ଭଉଣୀ ଲେସଲି ତ୍ରିପାଠୀ ଆଲବମ ଓ ସିନେମା ଜଗତରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ। ମୁମ୍ବାଇରେ ରହି ବଲିଉଡରେ ସୁଯୋଗ ଖୋଜୁଥିବା ସେକସପିୟର ରାଜ କୁନ୍ଦ୍ରାଙ୍କ ଫିଲ୍ମରେ କାମ କରିବା ପାଇଁ ଅଫର ପାଇଥିଲେ।

Leave A Reply

Your email address will not be published.