Odisha Link
Bridging the Missing Links in Odisha

ମୁହଁ ଖୋଲିଲେ ବିଦ୍ୟାଭାରତୀଙ୍କ ସାଙ୍ଗ ଅକ୍ଷୟ, କହିଲେ…

 ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାକୁ ୨ସପ୍ତାହରୁ ଅଧିକ ଦିନ ବିତି ସାରିଥିଲେ ମଧ୍ୟ  ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ଉପରୁ ପରଦା ହଟିପାରୁନି। ମୃତ୍ୟୁ ମାମଲାର ତନାଘନା ଜାରି ରହିଥିବା ବେଳେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସୌମ୍ୟ ଓ ବିଦ୍ୟାଭାରତୀଙ୍କ ଗୋଟିଏ ପରେ ଗୋଟିଏ ହାତ ଲେଖା ଚିଠି ସାମ୍ନାକୁ ଆସିଥିବା ବେଳେ ବିଦ୍ୟାଭାରତୀଙ୍କ ହାତଲେଖା ଚିଠିରେ ଅକ୍ଷୟ ନାମକ ଏକ ଅଜଣା ବ୍ୟକ୍ତିଙ୍କ ନାଁ ସାମ୍ନାକୁ ଆସିଥିଲା।

ଅକ୍ଷୟ ଓ ବିଦ୍ୟାଭାରତୀଙ୍କ ସହ ସମ୍ପର୍କ ନେଇ ପୋଲିସ ତନାଘନା ଜାରି ରଖିଥିବା ବେଳେ ନବରଙ୍ଗପୁରରୁ ବିଦ୍ୟାଭାରତୀଙ୍କ ଏଲଆଇ କଲେଜ ସାଙ୍ଗ ଅକ୍ଷୟ ସାମ୍ନାକୁ ଆସିଛନ୍ତି। ବଲାଙ୍ଗୀରରେ ବିଦ୍ୟାଭାରତୀଙ୍କ ସହିତ ଏଲଆଇ ପାଠ ପଢୁଥିଲେ ଅକ୍ଷୟ। ଏହି ସମୟ ମଧ୍ୟରେ କେବଳ ଗୋଟିଏ ସାଙ୍ଗ ଭଳି ଉଭୟେ ମିଶିଥିଲେ। କଲେଜ ପାଠ ସରିବା ପରେ ସେମାନେ ଆଉ ପରସ୍ପର ସହିତ ଦେଖା ସାକ୍ଷାତ କରିନଥିବା କିମ୍ବା କୌଣସି ପ୍ରକାର ସମ୍ପର୍କରେ ନ ଥିବା ପ୍ରକାଶ କରିଛନ୍ତି ଅକ୍ଷୟ।

ବିଦ୍ୟାଭାରତୀଙ୍କ ସ୍ବାମୀ ସୌମ୍ୟରଞ୍ଜନଙ୍କ ମୃତ୍ୟୁର ଖବର ସେ ଟେଲିଭିଜନ ମାଧ୍ୟମରେ ଜାଣିବାକୁ ପାଇଥିଲେ। ଯେଉଁ ଚିଠିରେ ଅକ୍ଷୟଙ୍କ ନା ଆସୁଛି ଯେହେତୁ ବିଦ୍ୟାଭାରତୀଙ୍କ ସହିତ କୌଣସି ସମ୍ପର୍କ ନ ଥିବାରୁ ସେ ସେହି ଅକ୍ଷୟ ହୋଇନଥିବା ପ୍ରକାଶ କରିଛନ୍ତି। କଲେଜର ଶେଷ ପରୀକ୍ଷା ସମୟରେ କରୋନା ପାଇଁ କଟକଣା ଜାରି ହୋଇଥିଲା ଏହି ସମୟରେ କଲେଜରେ ସମସ୍ତେ କାହା ସହିତ କୌଣସି ପ୍ରକାର ସମ୍ପର୍କରେ ନ ଥିଲା।

ବିଦ୍ୟାଭାରତୀ ନିଜ ବିବାହ ହୋଇଥିବା ଖୁସିରେ ସେଦିନ ହଷ୍ଟେଲ ମେସରେ ଯେଉଁ ଖାଦ୍ୟ ଦିଆଯାଏ ସେଦିନର ମେସର ଖାଦ୍ୟର ଟଙ୍କା ଦେଇଥିଲେ। ହଷ୍ଟେଲ ମେସ ନିୟମ ଭଳି ସମସ୍ତେ ନିଜ ନିଜ ରୁମକୁ ନେଇ ସେହି ଖାଦ୍ୟ ସମସ୍ତେ ଖାଇଥିଲେ ବୋଲି ଅକ୍ଷୟ କହିଛନ୍ତି। କୋଭିଡ୍ କଟକଣା ହେତୁ କଲେଜରେ କୌଣସି ବ୍ୟାଚେଲର ପାର୍ଟି ହୋଇନଥିବା ପ୍ରକାଶ କରିଛନ୍ତି ଅକ୍ଷୟ। ଘଟଣା ବାବଦରେ ପୋଲିସ ଯାହାବି ତଦନ୍ତ କରିବ ତାହାକୁ ନେଇ ସେ ସହଯୋଗ କରିବେ ଅକ୍ଷୟ ବୋଲି କହିଛନ୍ତି।

Leave A Reply

Your email address will not be published.