Odisha Link
Bridging the Missing Links in Odisha

ଗଣଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର: ଗଣଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ ଆତ୍ମାହୁତି ଉଦ୍ୟମ। ମାଟ୍ରିକ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ  ଅସନ୍ତୋଷ ଥିବାବେଳେେ କିଛି ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ଓ ଅଭିଭାବକ ଆନେ୍ଦାଳନ କରୁଛନ୍ତି। ଏହାରି ମଧ୍ୟରେ ମା’ ଓ ପୁଅ ମନ୍ତ୍ରୀଙ୍କ ଘର ଆଗରେ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିବା ଭଳି ଘଟଣା ସାମ୍ନାକୁ ଆସିଛି।

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଘର ଆଗରେ ଉଭୟ ମା ଓ ପୁଅ ଆତ୍ମାହୂତି ଦେବାକୁ ଉଦ୍ୟମ କରିଛନ୍ତି।  କିରାସିନି ବୋତଲ ଧରି ଉଭୟ ଆତ୍ମାହୁତି ଉଦ୍ୟମ ବେଳେ ପୁଲିସ ସେମାନଙ୍କୁ କାବୁ କରିଥିଲା।  ଉଭୟଙ୍କୁ କ୍ୟାପିଟାଲ ଥାନା ଥାନାରେ ଅଟକ ରଖିଛି ପୁଲିସ।

ମାଟ୍ରିକ ଅଫଲାଇନ ଫର୍ମଫିଲପକୁ ନେଇ ମା ଓ ପୁଅ ଅସନ୍ତୁଷ୍ଟ ଥିଲେ। ସ୍କୁଲ ଫର୍ମଫିଲପ କରାଇନଥିବାରୁ ଗତକାଲି ଉଭୟ ଧାରଣା ଦେଇଥିଲେ।  ତେବେ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଘର ଆଗରେ ଉଭୟ ମା ଓ ପୁଅ ଆତ୍ମାହୂତି ଦେବାକୁ ଉଦ୍ୟମ କରିଛନ୍ତି।

Leave A Reply

Your email address will not be published.