ଭୋଟରଙ୍କୁ ଆକୃଷ୍ଟ କରୁଛି ପିଙ୍କ୍ ବୁଥ୍; ଜାଣନ୍ତୁ ଏହା କ’ଣ?

ଓଏଲ୍ ବ୍ୟୁରୋ: ଆରମ୍ଭ ହୋଇଛି ନିର୍ବାଚନର ମହାପର୍ବ। ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଶେଷ ହୋଇଥିବାବେଳେ ଦ୍ଵିତୀୟ ପର୍ଯ୍ୟାୟ ପାଇଁ ଆଜି ଭୋଟ ଗ୍ରହଣ କରାଯାଇଛି। ୧୨ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଂଚଳରେ ଭୋଟ ଗ୍ରହଣ କରାଯାଇଛି। ଏହି ପର୍ଯ୍ୟାୟରେ ୮୮ଟି ନିର୍ବାଚନମଣ୍ଡଳୀରୁ ୧,୨୦୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସମସ୍ତ ୫୪୩ ଟି ଆସନ ପାଇଁ ସାମଗ୍ରିକ ଫଳାଫଳ ଜୁନ୍ ୪ରେ ଏକତ୍ର ଘୋଷିତ ହେବ।
ତେବେ ଆଜିର ପର୍ଯ୍ୟାୟରେ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ଭାଗ୍ୟ ପରୀକ୍ଷା ହେଉଛି। ତେବେ ଏହାରି ମଧ୍ୟରେ ନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ କରୁଛି ପିଙ୍କ୍ ବୁଥ୍। ତେବେ ଏହା ହେଉଛି ମହିଳା ପୋଲିଂ ଅଫିସରଙ୍କ ଦ୍ୱାରା ପରିଚାଳିତ ବୁଥ। ଯେଉଁଥିରେ ଭୋଟ ଦେବାକୁ ମତଦାତା ମାନେ ଆକୃଷ୍ଟ ହେଉଥିବା ସୂଚନା ରହିଛି। ପୂର୍ବରୁ ମଧ୍ୟ ପିଙ୍କ ବୁଥ ମାଧ୍ୟମରେ ଭୋଟ ଦେବାକୁ ମତଦାତା ମାନେ ଆକୃଷ୍ଟ ହେଉଥିବା ସୂଚନା ରହିଛି।