Odisha Link
Bridging the Missing Links in Odisha

ସୁରକ୍ଷିତ ଅଛନ୍ତି ମୁଖ୍ୟମନ୍ତ୍ରୀ; ଭିଡିଓ ବାର୍ତ୍ତା ଜାରି କଲେ ଭି.କେ ପାଣ୍ଡିଆନ

ଓଏଲ୍‌ ବ୍ୟୁରୋ: ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଓ ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ। ଏଥିରେ ଓଡ଼ିଶାର ୬ଟି ଲୋକସଭା ଆସନ ଏବଂ ୪୨ଟି ବିଧାନସଭା ଆସନ ସାମିଲ ରହିଛି। ଏହି କ୍ରମରେ ପ୍ରଚାର ମଧ୍ୟ ଜୋରଦାର ଚାଲିଛି। ଏହାରି ମଧ୍ୟରେ ଏସବୁ ମଧ୍ୟରେ ଆଜି ଓଡ଼ିଶାରେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୋରଦାର ପ୍ରଚାର କରୁଥିବା ବେଳେ କଳାହାଣ୍ଡିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କରିଛନ୍ତି ପ୍ରଚାର।

ପ୍ରଚାର ପରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ଥିଲା। ହେଲେ କାଳବୈଶାଖୀ ପବନ ଯୋଗୁଁ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଓହ୍ଲାଇ ପାରିନଥିଲା। ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଭୁବନେଶ୍ବରରେ ଅବତରଣ ନ କରିପାରିବା ପ୍ରସଙ୍ଗରେ। ଏୟାରକ୍ରାଫ୍ଟରୁ ଆସିଲା ଭି.କେ. ପାଣ୍ଡିଆନଙ୍କ ଭିଡିଓ ବାର୍ତ୍ତା। ଆମେ ଖରାପ ପାଗ ଯୋଗୁଁ ଭୁବନେଶ୍ବରରେ ଅବତରଣ କରିପାରିଲୁ ନାହିଁ। ମୁଖ୍ୟମନ୍ତ୍ରୀ ସୁରକ୍ଷିତ ଅଛନ୍ତି ,ଏବେ ଝାରସୁଗୁଡ଼ାରୁ ଭୁବନେଶ୍ବରକୁ ଫେରୁଛୁ ବୋଲି ଭି.କେ. ପାଣ୍ଡିଆନ କହିଛନ୍ତି।

ସୂଚନା ଅନୁସାରେ, ଖଡ଼ିଆଳରୁ ସଭା ସାରି ଫେରିଲା ବେଳେ ଓହ୍ଲାଇ ପାରିନଥିବାଲା ହେଲିକପ୍ଟର। ଭୁବନେଶ୍ୱରରେ ଓହ୍ଲାଇ ନପାରି ଝାରସୁଗୁଡ଼ା ଯାଇଥିଲା ହେଲିକପ୍ଟର। ଝାରସୁଗୁଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ସୁରକ୍ଷିତ ଭାବେ ଓହ୍ଲାଇଥିଲା।

Leave A Reply

Your email address will not be published.