Odisha Link
Bridging the Missing Links in Odisha

ଭୁବନେଶ୍ୱରରେ କାଳବୈଶାଖୀ ବର୍ଷା; ଝାରସୁଗୁଡ଼ାରେ ଅଟକିଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

ଓଏଲ୍‌ ବ୍ୟୁରୋ: ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଓ ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ। ଏଥିରେ ଓଡ଼ିଶାର ୬ଟି ଲୋକସଭା ଆସନ ଏବଂ ୪୨ଟି ବିଧାନସଭା ଆସନ ସାମିଲ ରହିଛି। ଏହି କ୍ରମରେ ପ୍ରଚାର ମଧ୍ୟ ଜୋରଦାର ଚାଲିଛି। ଏହାରି ମଧ୍ୟରେ ଏସବୁ ମଧ୍ୟରେ ଆଜି ଓଡ଼ିଶାରେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୋରଦାର ପ୍ରଚାର କରୁଥିବା ବେଳେ କଳାହାଣ୍ଡିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କରିଛନ୍ତି ପ୍ରଚାର।

ପ୍ରଚାର ପରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ଥିଲା। ହେଲେ କାଳବୈଶାଖୀ ପବନ ଯୋଗୁଁ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଓହ୍ଲାଇ ପାରିଲାନି। ଖଡ଼ିଆଳରୁ ସଭା ସାରି ଫେରିଲା ବେଳେ ଓହ୍ଲାଇ ପାରିଲାନି ହେଲିକପ୍ଟର। ଭୁବନେଶ୍ୱରରେ ଓହ୍ଲାଇ ନପାରି ଝାରସୁଗୁଡ଼ା ଗଲା ହେଲିକପ୍ଟର। ଝାରସୁଗୁଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ସୁରକ୍ଷିତ ଭାବେ ଓହ୍ଲାଇଲା।

Leave A Reply

Your email address will not be published.