Odisha Link
Bridging the Missing Links in Odisha

ଘସିପୁରା ଆସନରେ ହେବ ଜୋରଦାର ଲଢ଼େଇ; ନାମାଙ୍କନ ଭରିଲେ ସୋମ୍ୟ ପଟ୍ଟନାୟକ

ଓଏଲ୍‌ ବ୍ୟୁରୋ: ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଓ ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ। ଏଥିରେ ଓଡ଼ିଶାର ୬ଟି ଲୋକସଭା ଆସନ ଏବଂ ୪୨ଟି ବିଧାନସଭା ଆସନ ସାମିଲ ରହିଛି। ଏହି କ୍ରମରେ ଆଜି ନାମାଙ୍କନ ଦାଖଲର ଶେଷ ଦିନରେ ଘସିପୁରା ଆସନରୁ ଭେଟେରାନ ରାଜନେତା ସୋମ୍ୟ ପଟ୍ଟନାୟକ ନାମାଙ୍କନ ଭରିଛନ୍ତି। ସ୍ୱାଧୀନ ପ୍ରାର୍ଥୀ ଭାବେ ନିଜ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆନନ୍ଦପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କିଛିଦିନ ତଳେ ଜନସଭା କରି ସ୍ୱାଧୀନ ଭାବେ ଲଢିବାକୁ ଘୋଷଣା କରିଥିଲେ ଖଣ୍ଡପଡା ବିଧାୟକ। ଘଷିପୁରାରେ ପରିବର୍ତ୍ତନ ପାଇଁ ଏଭଳି ନିଷ୍ପତ୍ତିି ନେଇଥିବା କଥା କହିଥିଲେ ସୌମ୍ୟ।

ସୂଚନା ଅନୁସାରେ, ମେ’ ୨୫ ତାରିଖରେ ଏହିସବୁ ଆସନରେ ମତଦାନ ହେବ। ଷଷ୍ଠ ପର୍ଯ୍ୟାୟରେ ଓଡ଼ିଶାର ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ଭୁବନେଶ୍ୱର ଓ ପୁରୀ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ। ପ୍ରତି ଲୋକସଭା ଆସନ ଅନ୍ତର୍ଗତ ୭ଟି ଲେଖାଏଁ ବିଧାନସଭା କ୍ଷେତ୍ର ରହିଛି।

ଆଜି ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷଦିନ ହୋଇଥିବାବେଳେ ମେ’ ୭ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ମେ’ ୯ରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ଏହାସହ ମେ’ ୨୫ ତାରିଖରେ ରାଜ୍ୟର ସବୁ ଆସନରେ ଭୋଟ ଗ୍ରହଣର ସମୟ କ’ଣ ରହିବ ତାହା ମଧ୍ୟ ବିଜ୍ଞପ୍ତିରେ ଦର୍ଶାଯାଇଛି। ଷଷ୍ଠ ପର୍ଯ୍ୟାୟରେ ସାରା ଭାରତରେ ୫୭ଟି ଲୋକସଭା ଆସନରେ ଭୋଟଗ୍ରହଣ ହେବ। ଓଡ଼ିଶା ସହ ବିହାର, ଦିଲ୍ଲୀ, ହରିୟଣା, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ଏହି ସବୁ ଆସନ ରହିଛି।

Leave A Reply

Your email address will not be published.