Odisha Link
Bridging the Missing Links in Odisha

ଯୁବତୀଙ୍କ ନଦୀକୁ ଡେଇଁବାକୁ ଉଦ୍ୟମ: ମୋତେ ଛାଡ଼… ମୁଁ ବଞ୍ଚିବାକୁ ଚାହୁଁନାହିଁ…ମୁଁ ଡେଇଁବି…

ଭୁବନେଶ୍ୱର: ଯୁବତୀଙ୍କ ନଦୀକୁ ଡେଇଁବାକୁ ଉଦ୍ୟମ। ‘ମୋତେ ଛାଡ଼.. ମୁଁ ବଞ୍ଚିବାକୁ ଚାହୁଁନାହିଁ…ମୁଁ ଡେଇଁବି’। ମୋତେ ଅଟକାଅ ନାହିଁ । ଏ ଜୀବନ ରଖି କିଛି ଲାଭ ନାହିଁ। ଆତ୍ମହତ୍ୟା କରିବା ପାଇଁ ନଦୀକୁ ଡେଇଁବାକୁ ଉଦ୍ୟମ କରୁଥିବା ଜଣେ ଯୁବତୀଙ୍କ ଏଭଳି ଚିତ୍କାର ସାମ୍ନାକୁ ଆସିଛି। ଯୁବତୀ ଜଣକ ନଦୀକୁ ଡେଇଁବାକୁ ଚେଷ୍ଟା କରୁଥିବା ବେଳେ ଲୋକ ତାଙ୍କୁ ଅଟକାଇବାକୁ ଯୁବତୀ ଜଣକ ଏଭଳି କହିଛନ୍ତି।

ସମ୍ପୃକ୍ତ ଯୁବତୀ ଜଣକ ଆଜି କୁଆଖାଇ ନଦୀ ପୋଲ ଉପରେ ଦୀର୍ଘ ଘଣ୍ଟାଏ ଧରି ନାକେଦମ କରିଦେଇଛନ୍ତି। ନଦୀକୁ ଡେଇଁବାକୁ ଉଦ୍ୟମ କରି ପଥଚାରୀ ଓ ପୁଲିସକୁ ନାକେଦମ କରିଛନ୍ତି। ଯୁବତୀ ଜଣକ ଚିତ୍କାର କରି ନଦୀକୁ ଡେଇଁବାକୁ ଉଦ୍ୟମ କଲା ବେଳେ ପଥଚାରୀମାନେ ତାଙ୍କୁ ଧରିଥିଲେ।

ସେମାନଙ୍କ ହାତରୁ ଖସି ଯୁବତୀ ଜଣକ ନଦୀକୁ ଡେଇଁବାକୁ ବାରମ୍ବାର ଉଦ୍ୟମ କରିଥିଲେ। ଶେଷରେ ପୁଲିସ ଯୁବତୀଙ୍କୁ କାବୁ କରି ପିସିଆର ଭ୍ୟାନରେ ନେଇଯାଇଥିବା ଜଣାଯାଇଛି। ତେବେ ଯୁବତୀ ଜଣକ କାହିଁକି ଡେଇଁବାକୁ ଚାହୁଁଥିଲେ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ।