ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୮ ମୃତ
ବାରବାଙ୍କୀ: ଉତ୍ତର ପ୍ରଦେଶର ବାରବାଙ୍କୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ଚାଲିଯାଇଛି ୧୮ ଶ୍ରମିକଙ୍କ ଜୀବନ। ଗତକାଲି ବିଳମ୍ବିତ ରାତିରେ ଲକ୍ଷ୍ନୌ-ଅଯୋଧ୍ୟା ଜାତୀୟ ରାଜପଥର ସଡ଼କ ପାଶ୍ୱର୍ରେ ଏକ ବସ୍ ଛିଡ଼ା ହୋଇଥିବା ବେଳେ ପଛରୁ ଆସି ଏକ ଟ୍ରକ୍ ପିଟି ହୋଇଥିଲା। ଦୁର୍ଘଟଣା ଏତେ ଭୟାବହ ଥିଲା ଯେ, ଘଟଣାସ୍ଥଳରେ ହିଁ ୧୮ ଜଣଙ୍କର ମୃତ୍ୟୁ ହୋଇଥିଲା।
ସୂଚନା ମୁତାବକ, ବସ୍ଟି ହରିୟାଣାର ପଲଓ୍ବଲରୁ ବିହାର ଆଡ଼କୁ ଯାଉଥିଲା। ସେପଟେ ଏହି ଦୁର୍ଘଟଣାରେ ପାଖାପାଖି ୨୦ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ତଦନ୍ତ କରୁଛି।
ବସରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ରାସ୍ତାରେ ଛିଡା ହୋଇ ରହିଥିଲା। ତେବେ ବିଳମ୍ବିତ ରାତି ପ୍ରାୟ ୧୨ଟାରେ ପଛପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଡବଲ ଡେକର ବସକୁ ଧକ୍କା ଦେଇଥିଲା।