Odisha Link
Bridging the Missing Links in Odisha

ଆଜିଠୁ କର୍ଣ୍ଣାଟକରେ ବାସବରାଜ ବୋମାଇଙ୍କ ସରକାର, ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ

କର୍ଣ୍ଣାଟକ: ଆଜିଠୁ କର୍ଣ୍ଣାଟକରେ ଆରମ୍ଭ ହେବ ବାସବରାଜ ବୋମାଇଙ୍କ ସରକାର। ଆଜି ବାସବରାଜ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଗତକାଲି ବେଙ୍ଗାଲୁରୁରେ ବିଜେପି ବିଧାୟକ ଦଳ ବୈଠକରେ ତାଙ୍କୁ ନେତା ଚୟନ କରାଯାଇଛି। ବୈଠକ ପରେ ବିଧାୟକ ଦଳର ନିଷ୍ପତ୍ତିକୁ ଘୋଷଣା କରିଥିଲେ ଦିଲ୍ଲୀରୁ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ବିଧାୟକ ଦଳ ବୈଠକରେ ବାସବରାଜ ବୋମାଇଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତାବ ଦେଇଥିଲେ ୟେଦିୟୁରପ୍ପା।ବାସବରାଜ ବୋମାଇ ୟେଦିୟୁରପ୍ପା ମନ୍ତ୍ରୀମଣ୍ଡଳରେ ଗୃହମନ୍ତ୍ରୀ ଥିଲେ। ବାସବରାଜ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ.ଆର. ବୋମାଇଙ୍କ ପୁଅ। ସେ ୟେଦିୟୁରପ୍ପାଙ୍କ ବେଶ ଘନିଷ୍ଠ ଓ କର୍ଣ୍ଣାଟକର ପ୍ରଭାବଶାଳୀ ଲିଙ୍ଗାୟତ ସମୁଦାୟରୁ ଆସିଛନ୍ତି।

ବାସବରାଜ ବୋମାଇ ଜନତାଦଳରୁ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିିଥିଲେ। ୨୦୦୮ରେ ସେ ବିଜେପିରେ ଯୋଗଦେଇଥିଲେ। ସେ ୧୯୯୮ ଓ ୨୦୦୪ରେ କର୍ଣ୍ଣାଟକ ବିଧାନ ପରିଷଦକୁ ବି ନିର୍ବାଚିତ ହୋଇଥିଲେ। ବହୁ ଚାପ ପରେ ସୋମବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ୟେଦିୟୁରପ୍ପା।

Leave A Reply

Your email address will not be published.