Odisha Link
Bridging the Missing Links in Odisha

ବାରଙ୍ଗ ନାବାଳିକା ଦୁ‌ଷ୍କର୍ମ ମାମଲା: ମୁଖ୍ୟ ଅଭିଯୁକ୍ତକୁ ଜରିମନା ସହ ୧୦ବର୍ଷ ଜେଲ୍‌ଦଣ୍ଡ

କଟକ: ବାରଙ୍ଗ ଅଞ୍ଚଳରେ ୨୦୧୬ ମସିହାରେ ଘଟିଥିବା ୯ ବର୍ଷର ନାବାଳିକା ଦୁଷ୍କର୍ମ ଘଟଣାରେ ଆଜି ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି କଟକ ପକ୍ସୋ ଅଦାଲତ। ୧୭ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ।

ଜେଲଦଣ୍ଡ ସହ ୧୦ ହଜାର ଟଙ୍କାର ଜରିମାନା ସହ ପୀଡ଼ିତାଙ୍କୁ ଦୁଇ ଲକ୍ଷ ଟଙ୍କାର କ୍ଷତି ପୂରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଜରିମନା ଅନାଦେୟ ଏକ ବର୍ଷ ଜେଲଦଣ୍ଡ ଅଧିକ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି।

Leave A Reply

Your email address will not be published.