ଟୋକିଓ ଅଲମ୍ପିକ୍ସ: ନିରାଶ କଲେ ଦୂତୀ
ଟୋକିଓ: ନିରାଶ କଲେ ଦୂତୀ ଚାନ୍ଦ। ୧୦୦ ମିଟିର ହିଟ୍ସରେ ୧୧.୫୪ ସେକେଣ୍ଡ ନେଇ ସପ୍ତମ ସ୍ଥାନରେ ରହିଲେ ଦୂତୀ। ପରବର୍ତ୍ତୀ ହିଟ୍ସରେ ଉନ୍ନିତ ହେଲେ ହିଟ୍ସର ଟପ୍ ୩ ଖେଳାଳି। ସପ୍ତମ ସ୍ଥାନରେ ରହି ଦୂତୀ ବାଦ୍ ପଡ଼ିଛନ୍ତି।
ପ୍ରଥମ ସ୍ଥାନରେ ରହିଛନ୍ତି, ଜାମାଇକାର ଫ୍ରାସର ପ୍ରାଇସି । ସେ ୧୦.୮୪ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରିଥିଲେ। ଦ୍ୱିତୀୟରେ ସୁଇଜରଲାଣ୍ଡ ଓ ତୃତୀୟରେ ରହିଥିଲେ ନାଇଜେରିଆର ଖେଳାଳି। ୨୦୧୬ ରିଓ ଅଲିମ୍ପିକ୍ସରେ ଦୂତୀ ଚାନ୍ଦ ୧୧.୬୭ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରିଥିଲେ।