ପୁଣି ଜମ୍ମୁ କାଶ୍ମୀରରେ ଉଡ଼ିଲା ଡ୍ରୋନ
ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀର ବିଭିନ୍ନ ସ୍ଥାନରେ ସନ୍ଦିଗ୍ଧ ଡ୍ରୋନ୍। ଗତକାଲି ରାତି ୮ଟା ୩୦ ଓ ରାତି ୯ଟା ୩୦ରେ ଡ୍ରୋନ୍ ଉଡୁଥିବା ଦେଖାଯାଇଥିଲା। ସେଥିରୁ ଦୁଇଟି ଡ୍ରୋନ୍ ଆର୍ମି କ୍ୟାମ୍ପ ଓ ଆଇଟିବିପି କ୍ୟାମ୍ପ ନିକଟରେ ଉଡୁଥିବାବେଳେ ଆଉ ଏକ ଡ୍ରୋନ୍ ସାମ୍ବା ସେକ୍ଟରରେ ଦେଖିବାକୁ ମିଳିଥିଲା। ସୀମା ସୁରକ୍ଷା ବଳ ଗୁଳି ମାଡ କରିବା ପରେ ଡ୍ରୋନ୍ ଗୁଡିକ ଛତ୍ରଭଙ୍ଗ ଦେଇଥିଲେ।
ଏହା ପୂର୍ବରୁ ଜୁଲାଇ ୨୩ରେ ଜମ୍ମୁ ଜିଲ୍ଲାର ସୀମାବର୍ତି ଅଞ୍ଚଳର ପାଞ୍ଚ କିଲୋଗ୍ରାମ ଓଜନର ବିସ୍ଫୋଟକ ବୋହି ନେଉଥିବା ଏକ ଡ୍ରୋନ୍କୁ ଗୁଳି ମାରି ଖସାଇ ଦେଇଥିଲା ଜମ୍ମୁକାଶ୍ମୀର ପୁଲିସ। ଏହି ଡ୍ରୋନ୍ ଛଅ ଚକା ବିଶିଷ୍ଠ ହୋଇଥିବାବେଳେ ହେକ୍ଜା- ଏମ – କପ୍ଟର ଥିଲା। ଯେଉଁଥିରେ ଜିପିଏସ ତଥା ଉଡାଣକୁ ନିୟନ୍ତ୍ରିତ କରିବା ପାଇଁ ଉପକରଣ ଥିଲା।ଏହା ପୂର୍ବରୁ ଜମ୍ମୁ ବାୟସେନା ଷ୍ଟେସନ ଉପରେ ଡ୍ରୋନ୍ ସହାୟତାରେ ଆକ୍ରମଣ ହୋଇଥିଲା।