Odisha Link
Bridging the Missing Links in Odisha

ଟୋକିଓ ଅଲିମ୍ପିକ୍ସ: ଆୟାର୍ଲାଣ୍ଡକୁ ପରାସ୍ତ କଲା ଭାରତୀୟ ମହିଳା ହକି ଟିମ୍‌

ଟୋକିଓ: ଭାରତୀୟ ମହିଳା ହକି ଟିମ୍ ଆୟାର୍ଲାଣ୍ଡକୁ ୧-୦ରେ ପରାସ୍ତ କରିଛି। ଏହାସହ ଭାରତୀୟ ମହିଳା ହକି ଟିମ୍‌ କ୍ୱାର୍ଟର ଫାଇନାଲରେ ପ୍ରବେଶ ଆଶାକୁ ଉଜ୍ଜୀବିତ ରଖିଛି ଦଳ। ଦଳ ତିନୋଟି ମ୍ୟାଚରେ ପରାସ୍ତ ହୋଇଥିଲା। ତେବେ ଚତୁର୍ଥ ମୁକାବିଲାରେ ଦଳ ଶେଷ ମିନିଟରେ ଗୋଲ କରି ବିଜୟୀ ହୋଇଛି।

ଭାରତ ପକ୍ଷରୁ ଶେଷ ମିନିଟରେ ନବନୀତ କୌର ଗୋଲ ସ୍କୋର କରିଥିଲେ। ୫୭ ମିନିଟରେ ସେ ପ୍ରତିପକ୍ଷଙ୍କୁ ଗୋଲ୍ ଦେଇଥିଲେ। ଏହାପୂର୍ବରୁ ଭାରତକୁ ମିଳିଥିବା ୧୪ଟି ପେନାଲ୍ଟି କର୍ଣ୍ଣର ବେକାର ଯାଇଥିଲା।

ଏହାପୂର୍ବରୁ ଭାରତ ତିନୋଟି ମୁକାବିଲାରେ, ବିଶ୍ୱର ଏକ ନମ୍ବର ଦଳ ନେଦରଲାଣ୍ଡରୁ ୫-୧ରେ, ଜର୍ମାନୀଠାରୁ ୨-୦ରେ ଓ ବ୍ରିଟେନଠୁ ୪-୧ରେ ପରାସ୍ତ ହୋଇଥିଲା। ଭାରତକୁ କ୍ୱାର୍ଟର ଫାଇନାଲରେ ପ୍ରବେଶ ପାଇଁ ହେଲେ ଶନିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭଲ ଗୋଲରେ ମ୍ୟାଚ୍ ଜିତିବାକୁ ହେବ। ଏହାସହ ବ୍ରିଟେନ ଆୟାରଲାଣ୍ଡଠୁ ପରାସ୍ତ ହେଲେ ଭାରତ କ୍ୱାର୍ଟରରେ ପହଁଚିପାରିବ ।

Leave A Reply

Your email address will not be published.