ଅଗଷ୍ଟ ପ୍ରଥମ ସପ୍ତାହରେ ଖୋଲିବ ନନ୍ଦନକାନନ
ଭୁବନେଶ୍ବର: ଅଗଷ୍ଟ ପ୍ରଥମ ସପ୍ତାହରେ ଖୋଲିବ ନନ୍ଦନକାନନ। ସମ୍ପୂର୍ଣ୍ଣ କୋଭିଡ ଗାଇଡ଼ଲାଇନ ନିୟମ ସହ ନନ୍ଦନକାନନ ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ।। ଜର, ଥଣ୍ଡା କାଶ ଥିଲେ ପର୍ଯ୍ୟଟକଙ୍କୁ ନନ୍ଦନକାନନ ବାରଣ କରାଯାଇଥିବା ବେଳେ। ମାସ୍କ, ସାମାଜିକ ଦୂରତା, ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା ବାଧ୍ୟତାମୂଳକ ହେବ।
ନନ୍ଦନକାନନ ମଧ୍ୟରେ ଛେପ ପକାଇବାକୁ ବାରଣ କରାଯାଇଛି। ଜନ୍ତୁ ମାନଙ୍କୁ ଖୁଆଇବା ଓ ବ୍ୟାରିକେଟକୁ ଛୁଇଁବାକୁ ବାରଣ କରାଯାଇଛି। କରୋନା ଦ୍ୱିତୀୟ ଲହର ଯୋଗୁଁ ପଯ୍ୟଟକମାନଙ୍କ ସୁରକ୍ଷା ପାଇଁ ମେ ୧ତାରିଖରୁ ନନ୍ଦନକାନନ ବନ୍ଦ ରଖିଯାଇଛି। ପ୍ରଥମ ଲହର ଲକଡାଉନ ବେଳେ ୨୦୨୦-ମାର୍ଚ୍ଚ ୧୫-ରୁ ୭ମାସ ବନ୍ଦ ହୋଇ ଅକ୍ଟୋବର ୨ତାରିଖରେ ଖୋଲିଥିଲା।