Odisha Link
Bridging the Missing Links in Odisha

ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନଙ୍କ ପିଏସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନଙ୍କ ପିଏସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ରେଡ ସମୟରେ ପୁଳା ପୁଳା ଟଙ୍କା ଜବତ କଲା ଭିଜିଲାନ୍ସ ଟିମ୍।  ନୀଳାଦ୍ରିବିହାର ବାସଭବନ ସହ ଭୁବନେଶ୍ୱର ଓ କଟକର ୬ଟି ସ୍ଥାନରେ ଚାଲିଛି ରେଡ। ୨ଟି ଦୁଇ ମହଲା ବିଶିଷ୍ଟ କୋଠା, ୯ଟି ପ୍ଲଟ ଥିବା ସୂଚନା ରହିଛି।

ସମ୍ପର୍କୀୟଙ୍କ ଘରୁ ଜବତ ହୋଇଛି ୧୩ ଲକ୍ଷ ଟଙ୍କା। ବିରଞ୍ଚିଙ୍କ ବିରୋଧରେ ଆୟବର୍ହିଭୂତ ସମ୍ପତି ଠୁଳ କରିବା ଅଭିଯୋଗ ରହିଥିଲା। ସବୁଠାରୁ ବଡ କଥା ହେଉଛି, ଏପର୍ଯ୍ୟନ୍ତ ବିପୁଳ ପରିମାରଣର ଟଙ୍କା ସହ ସୁନା ଅଳଙ୍କାର ମିଳିଲାଣି। ଟଙ୍କା ଗଣି ଭିଜିଲାନ୍ସ ଅଧିକାରୀ ଆଶ୍ଚର୍ଯ୍ୟ। ଚଢାଉ ବେଳେ ପଛପଟକୁ ଟଙ୍କା ଓ ଗହଣା ଫୋପାଡିବାକୁ ଉଦ୍ୟମ କରାଯାଇଥିବା ମଧ୍ୟ ସୂଚନା ମିଳିଛି।