Odisha Link
Bridging the Missing Links in Odisha

ଭାରତୀୟ ଦଳର ଆଉ ଦୁଇ ଖେଳାଳି କୋଭିଡ ପଜିଟିଭ୍

ନୂଆଦିଲ୍ଲୀ: ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ଦଳର ଆଉ ଦୁଇ ଜଣ ଖେଳାଳି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ଖେଳାଳି ହେଲେ, ଟିମ୍ ଇଣ୍ଡିଆର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ଓ କୃଷ୍ଣାପା ଗୌତ । ତେବେ ଭାରତୀୟ ଟିମରେ ଆଉ ଦୁଇ ଖେଳାଳି ପଜିଟିଭ୍ ଚିହ୍ନଟ ହେବା ଏବେ ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି।

ପୂର୍ବରୁ କୃଣାଲ ପାଣ୍ଡ୍ୟାଙ୍କ ସଂସ୍ପର୍ଶରେ ଆସିଥିବା ଆଠ ଜଣ ଖେଳାଳିଙ୍କୁ ଆଇସୋଲେସନରେ ରଖାଯାଇଥିଲା। ହେଲେ ସେଥିରୁ ୟୁଜବେନ୍ଦ୍ର ଚହଲ ଓ କୃଷ୍ଣପା ଗୌତମଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ହାର୍ଦ୍ଦିକ ପାଣ୍ଡ୍ୟା, ପୃଥ୍ୱୀ ଶ, ସୂର୍ଯ୍ୟକୁମାର ଯାଦବ, ମନୀଷ ପାଣ୍ଡେ, ଦୀପକ ଚହର ଓ ଇଶାନ କିଶନ ଶେଷ ଦୁଇ ଟି-୨୦ ମୁକାବିଲା ଖେଳିନଥିଲେ। ଏବେ ସ୍ପଷ୍ଟ ହୋଇ ଯାଇଛି ଯେ, ୟୁଜବେନ୍ଦ୍ର ଚହଲ ଓ କୃଷ୍ଣପା ଗୌତମ ଉପରୋକ୍ତ ଛଅ ଖେଳାଳିଙ୍କ ସହ ଶ୍ରୀଲଙ୍କାରେ ରହିବେ। ବାକି ଦଳ ଟି-୨୦ ସିରିଜ୍ ସମାପ୍ତ ପରେ ସ୍ୱଦେଶ ଫେରୁଛନ୍ତି।

ଶ୍ରୀଲଙ୍କା ସରକାରଙ୍କ ଗାଇଡଲାଇନ ଅନୁସାରେ, କରୋନା ସଂକ୍ରମିତ କୌଣସି ବି ବ୍ୟକ୍ତିଙ୍କୁ ଅତି କମରେ ୧୦ ଦିନ ପାଇଁ ଆଇସୋଲେସନରେ ରହିବା ଜରୁରୀ। ପୁଣି ନୂତନ ଭାବେ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିବା ପରେ ହିଁ ଦେଶ ଛାଡିବାକୁ ଅନୁମତି ମିଳିଥାଏ। ଏହି ସମସ୍ୟା ଏବେ ପୃଥ୍ୱୀ ଶ ଓ ସୂର୍ଯ୍ୟକୁମାର ଯାଦବଙ୍କ ଅଡୁଆ ବଢାଇ ଦେଇଛି। କାରଣ ଏହି ଦୁଇ ଖେଳାଳି ଟେଷ୍ଟ ସିରିଜ୍ ପାଇଁ ଇଂଲଣ୍ଡ ଗସ୍ତ କରିବେ। ମାତ୍ର ଦଳର ସାଥୀ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଶ ଓ ସୂର୍ଯ୍ୟକୁମାରଙ୍କ ଇଂଲଣ୍ଡ ଗସ୍ତରେ ବିଳମ୍ବ ଘଟିପାରେ।

Leave A Reply

Your email address will not be published.