୨୦୦ ମିଟର ଦୌଡ଼ରେ ବି ନିରାଶ କଲେ ଦୂତୀ
ଭୁବନେଶ୍ୱର: ପୁଣି ନିରାଶ କଲେ ଦୂତୀ ଚାନ୍ଦ। ୧୦୦ ମିଟର ପରେ ୨୦୦ ମିଟରରେ ବି ଦୂତୀ ପରାଜୟ ହାସଲ କରିଛନ୍ତି। ଆଜି ୨୦୦ ମିଟର ଚତୁର୍ଥ ହିଟରେ ଅଂଶ ଗ୍ରହଣ କରିଥିଲେ ଦୂତୀ। ରେସର ପ୍ରଥମ ରାଉଣ୍ଡରେ ସପ୍ତମ ସ୍ଥାନରେ ରହିଛନ୍ତି ଦୂତୀ।
ତେବେ ୨୩.୮୫ ସେକେଣ୍ଡରେ ୨୦୦ ମିଟର ଅତିକ୍ରମ କରିଥିଲେ ଦୂତୀ। ଏହା ପୂର୍ବରୁ ୧୧.୫୪ ସେକେଣ୍ଡରେ ସେ ୧୦୦ ମିଟର ଅତିକ୍ରମ କରି ହାରିଥିଲେ। ୧୦୦ ମିଟରରେ ବି ମଧ୍ୟ ଦୂତୀ ୭ମ ସ୍ଥାନରେ ରହିଥିଲେ। ଟୋକିଓ ଅଲିମ୍ପିକ୍ସରେ ଦୂତୀଙ୍କର ପଦକ ଆଶା ମଉଳି ଯାଇଛି।