Odisha Link
Bridging the Missing Links in Odisha

ଆଜିଠୁ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର

କୋଣାର୍କ: ଆଜିଠୁ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଲକଡାଉନ ଯୋଗୁଁ ବନ୍ଦ ରହିଥିଲା ବିଶ୍ୱ ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ। ଅଗଷ୍ଟ ଗାଇଡଲାଇନରେ କଯକଣା କୋହଳ ପରେ ଚଳଚଞ୍ଚଳ ହୋଇ ଉଠିଛି କୋଣାର୍କ ଓ ଚନ୍ଦ୍ରଭାଗା।
ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

ପର୍ଯ୍ୟଟନ କ୍ଷେତ୍ର ଉପରେ ର୍ନିଭରଶୀଳ ହଜାର ହଜାର ହସ୍ତଶିଳ୍ପ ବ୍ୟବସାୟୀ, ଫୋଟୋଗ୍ରାଫର, ଗାଇଡ, ହୋଟେଲ ବ୍ୟବସାୟୀଙ୍କ ମନରେ ନୂଆ ଆଶା ସଂଚାର ହୋଇଛି। କୋଭିଡ ଗାଇଡଲାଇନ ଅନୁସାରେ ସୂର୍ଯମନ୍ଦିର ସମେତ ଅନ୍ୟାନ୍ୟ ପର୍ଯ୍ୟଟନ କ୍ଷେତ୍ର ଖୋଲିବାକୁ ପର୍ଯ୍ୟଟକ ଓ ସ୍ଥାନୀୟ ବ୍ୟବସାୟୀ ଦାବି କରିଛନ୍ତି।

Leave A Reply

Your email address will not be published.