ଟୋକିଓ ଅଲିମ୍ପିକ୍ସ: ପୁରୁଷ ହକି ସେମି ଫାଇନାଲରେ ହାରିଗଲା ଟିମ୍ ଇଣ୍ଡିଆ, ବ୍ରୋଞ୍ଜ ପାଇଁ କରିବ ଲଢ଼େଇ
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର ଦ୍ୱାଦଶ ଦିନରେ ଭାରତୀୟଙ୍କ ପାଇଁ ଆସିଛି ଏକ ଦୁଃଖ ଖବର। ପୁରୁଷ ହକି ସେମିଫାଇନାଲରେ ଭାରତ-ବେଲଜିୟମ ଟକ୍କର ହୋଇଥିଲା। କଡା ଟକ୍କର ପରେ ବି ସେମି ଫାଇନାଲରେ ହାରିଯାଇଛି ଭାରତୀୟ ପୁରୁଷ ହକି ଟିମ୍। ବେଲଜିୟମ ଠାରୁ ୫-୨ ଗୋଲରେ ହାରିଛି ଭାରତ। ଭାରତକୁ ହରାଇ ଫାଇନାଲରେ ପହଞ୍ଚିଛି ବେଲଜିୟମ।
କିନ୍ତୁ ଟିମ୍ ଇଣ୍ଡିଆ ପାଖରେ ଏବେ ବି ପଦକ ଜିତିବା ପାଇଁ ସୁଯୋଗ ରହିଛି। ଏବେ ବ୍ରୋଞ୍ଜ ପଦକ ପାଇଁ ଭାରତ ଲଢ଼େଇ କରିବ ଭାରତୀୟ ପୁରୁଷ ହକି ଟିମ୍।