Odisha Link
Bridging the Missing Links in Odisha

ଅଗଷ୍ଟ ୧୦ରେ ଖୋଲିବ ପଠାଣିସାମନ୍ତ ପ୍ଲାନେଟାରିୟମ୍

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୧୦ରେ ଖୋଲିବ ପଠାଣିସାମନ୍ତ ପ୍ଲାନେଟାରିୟମ୍ ଓ ଡ.ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ୍। କୋଭିଡ୍‌ ଗାଇଡଲାଇନ୍‌ ଅନୁଯାୟୀ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ। ଏନେଇ ପଠାଣି ସାମନ୍ତ ପ୍ଲାନେଟାରିୟମ ନିର୍ଦ୍ଦେଶକ ଲକ୍ଷ୍ମୀଧର ଦାସ ସୂଚନା ଦେଇଛନ୍ତି।

ପଠାଣିସାମନ୍ତ ପ୍ଲାନେଟାରିୟମ୍ ପ୍ରବେଶ ପଥରେ ଥର୍ମାଲ୍‌ ସ୍କାନିଂ ସହ ପରିଦର୍ଶନ ସମୟରେ ପର୍ଯ୍ୟଟକଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ। ପ୍ଲାନେଟାରିୟମ୍ ଶନି ଓ ରବିବାର ବ୍ୟତୀତ ଅନ୍ୟସବୁ ଦିନ ଖୋଲା ରହିବ। ଏଥିରେ ପ୍ରବେଶ ପାଇଁ ସମସ୍ତ ବୟସ୍କମାନଙ୍କୁ କୋଭିଡ୍‌ ଟିକାକରଣ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ଡ.ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ୍‌ ସୋମବାର ବ୍ୟତୀତ ଅନ୍ୟ ସବୁଦିନ ଖୋଲା ରହିବ।

Leave A Reply

Your email address will not be published.