Odisha Link
Bridging the Missing Links in Odisha

ନୂଆଖାଇ: ନବାନ୍ନ ଲାଗି ପାଇଁ ଲଗ୍ନଧାର୍ଯ୍ୟ

ବଲାଙ୍ଗୀର: ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ। ନୂଆଖାଇ ପାଇଁ ଧାର୍ଯ୍ୟ ହୋଇଛି ଲଗ୍ନ। ଆସନ୍ତା ସେପ୍ଟେମ୍ବର ୧୧ ତାରିଖ ପୂର୍ବାହ୍ନ ୧୦ଟା ୧୯ ମିନିଟରୁ ୧୦ଟା ୪୦ ମିନିଟ ମଧ୍ୟରେ ବଲାଙ୍ଗୀର ଇଷ୍ଟଦେବୀ ମା’ ପାଟଣେଶ୍ବରୀ ଏବଂ ସମଲେଶ୍ବର ସମେତ ବିଭିନ୍ନ ପୀଠରେ ନବାନ୍ନ ଲାଗି ପାଇଁ ଲଗ୍ନଧାର୍ଯ୍ୟ କରାଯାଇଛି।

ପୀଠରେ ନବାନ୍ନ ଲାଗି ପରେ ଜିଲ୍ଲାର ଘରେ ଘରେ ପୂଜାର୍ଚ୍ଚନା କରି ନବାନ୍ନ ଗ୍ରହଣ କରିବେ। ଏନେଇ ଜିଲ୍ଲା ଜ୍ୟୋତିଷ ପଣ୍ଡିତ ମହାସଭା ଓ ପାଟଣା ରାଜ ପୁରୋହିତଙ୍କ ଉପସ୍ଥିତରେ ଲଗ୍ନଧାର୍ଯ୍ୟ କରାଯାଇଛି। ପାଟଣାଷ୍ଟେଟ ତଥା ମହାରାଜଙ୍କ ଇଷ୍ଟଦେବୀ ପାଟଣେଶ୍ବରୀ ଓ ସମଲେଶ୍ବରୀଙ୍କ ରାଶି ନକ୍ଷେତ୍ର ଏବଂ ପରମ୍ପରା ଅନୁଯାୟୀ ଲଗ୍ନ ସ୍ଥିର କରାଯାଇଛି।