Odisha Link
Bridging the Missing Links in Odisha

୫ ନକଲି ସିବିଆଇ ଅଫିସର ଗିରଫ

ନୂଆଦିଲ୍ଲୀ: ଫିଲ୍ମ ଷ୍ଟାଇଲରେ ଲୁଟୁଥିଲେ ଶେଷରେ ଧରାପଡ଼ିଲେ। ଏକ ଗ୍ୟାଙ୍ଗର ୫ ନକଲି ସିବିଆଇଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ। କରୋଲବାଗ ଅଞ୍ଚଳରେ ସୁନା ଓ ହୀରା କାରବାରରେ ଏମାନେ ସଂପୃକ୍ତ ଥିବା ଜଣାପଡ଼ିଛି। ପୋଲିସ ସେମାନଙ୍କ ନିକଟରୁ ଫେକ୍ ସିବିଆଇ ଆଇକାର୍ଡ ଜବତ କରିଛି ।

ଏହି ମାମଲାରେ ବାଲେ ମହମ୍ମଦ, ମହମ୍ମଦ କାବିଲ, ଅନୱର, ଶୌକତ ଓ ମୁଖତାର ଗିରଫ କରାଯାଇଛି। ଗତ ଜୁନ ୨୭ ତାରିଖରେ ଦିଲ୍ଲୀର କରୋଲ ବାଗ ଅଞ୍ଚଳରୁ କିଛି ଲୋକ ନକଲି ସିବିଆଇ ଅଫିସର ହୋଇ ସୁନାଗହଣା ଲୁଟିନେଇଥିଲେ। ଏହି ଲୁଟର ପର୍ଦ୍ଦାଫାସ କରିବା ପାଇଁ ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା। ପୋଲିସ ଉକ୍ତ ଅଞ୍ଚଳର ୧ କିମି ଦୂରତା ମଧ୍ୟରେ ଥିବା ଅନେକ ସିସିଟିଭି ଯାଞ୍ଚ କରିଥିଲା।

ସେଥିରୁ ପୋଲିସକୁ କିଛି ଅଭିଯୁକ୍ତଙ୍କ ବିଷୟରେ ସୂଚନା ମିଳିଥିଲା। ଏହାପରେ ପୋଲିସ ଆଇଆରସିଟିସି ମାଧ୍ୟମରେ ୫ ଜଣଙ୍କର ସବିଶେଷ ତଥ୍ୟ ହାସଲ କରି ଝାନ୍ସି ନିକଟରୁ ଏକ ଟ୍ରେନରୁ ସେମାନଙ୍କୁ ଗିରଫ କରିଥିଲା। ତେବେ ଏହି ଅଭିଯୁକ୍ତଙ୍କଠାରୁ ଗହଣା କିଣିଥିବା ବେପାରୀ ଜଣଙ୍କ ଫେରାର ହୋଇଯାଇଛନ୍ତି।

Leave A Reply

Your email address will not be published.