Odisha Link
Bridging the Missing Links in Odisha

ମଧ୍ୟପ୍ରଦେଶରେ ବନ୍ୟା ବିତ୍ପାତ, ୨୪ ମୃତ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶରେ ବର୍ଷା ଯୋଗୁଁ ବନ୍ୟା ବିତ୍ପାତ। ଫଳରେ ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି। ରାଜ୍ୟର ଏକାଧିକ ଅଂଚଳରେ ଗତ ତିନି ଦିନ ଧରି ପ୍ରବଳ ବର୍ଷା ଲାଗିରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ୬ଟି ବ୍ରିଜ୍ ଭାସିଯାଇଛି। ଫଳରେ ରାଜ୍ୟର ଅଧିକାଂଶ ସ୍ଥାନରେ ଯୋଗଯୋଗ ବିଚ୍ଛିନ୍ନ ହୋଇଛି।

ଗ୍ୱାଲିୟର, ଶିବପୁରୀ, ଗୁନା , ସୋପୁର, ଅଶୋକନଗର, ମୁରୈନା ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ୧୨୫୦ଟି ଗାଁ ଏବେ ଜଳ ଘେରରେ ରହିଛି। ଜଳବନ୍ଦୀ ହୋଇଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ୨୫ହଜାରରୁ ଉଦ୍ଧ୍ୱର୍ ଘର ନଷ୍ଟ ହୋଇଛି। ୫ ଟିମ୍ ପଦାତିକ ସେନା, ୨୯ଟିମ୍ ଏସଡିଆରଏଫ, ୯ଟିମ୍ ଏନଡିଆରଏଫ୍ ଓ ବାୟୁ ସେନାର ୯ଟି ହେଲିକପ୍ଟର ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।