Odisha Link
Bridging the Missing Links in Odisha

ଦୁଷ୍କର୍ମକାରୀର ଦଣ୍ଡ କମ୍‌ କଲେ ଜଜ୍, କହିଲେ ମାତ୍ର ୧୧ ମିନିଟ୍ ହୋଇଛି ଦୁଷ୍କର୍ମ…

ନୂଆଦିଲ୍ଲୀ: ଏକ ଦୁଷ୍କର୍ମ ମାମଲାର ଶୁଣାଣିରେ ଦୁଷ୍କର୍ମକାରୀର ଦଣ୍ଡ କମ୍‌ କଲେ ଜଜ୍। କହିଲେ ମାତ୍ର ୧୧ ମିନିଟ୍ ହୋଇଛି ଦୁଷ୍କର୍ମ। ଏହି ରାୟକୁ ନେଇ ଏବେ ସ୍ୱିଜରଲ୍ୟାଣ୍ଡରେ ଦେଶବ୍ୟାପି ଜଜ୍‌ଙ୍କ ବିକ୍ଷୋଭ ଦେଖିବାକୁ ମିଳୁଛି।ଲୋକ ମାନେ ରାସ୍ତା ଉପରେ ପ୍ଲା କାର୍ଡ ଧରି ବିରୋଧ ପ୍ରଦର୍ଶନ କରିବାରେ ଲାଗିଛନ୍ତି । ଏଥିସହିତ ଏହି ରାୟକୁ ଫେରାଇ ନେବାକୁ ଦାବି କରିଛନ୍ତି ।

ସୁଚନା ମୁତାବକ, ଏହି ଦୁଷ୍କର୍ମ ମାମଲା ଗତବର୍ଷ ଜୁନ୍ ମାସ ୨୦ ତାରିଖରେ ଘଟିଥିଲା। ବେସଲରେ ରହୁଥିବା ଜଣେ ୩୩ ବର୍ଷୀୟା ମହିଳା ଅଭିଯୋଗ କରିଥିଲେ ଯେ, ଦୁଇ ଜଣ ପର୍ତ୍ତୁଗୀଜ୍ ଘର ବାହାରେ ତାଙ୍କ ଉପରେ ଆକ୍ରମଣ କରିଥିଲେ ଏବଂ ଜୋରଜବରଦସ୍ତି ହାତ ଗୋଡ ବାନ୍ଧି ଦୁଷ୍କର୍ମ କରିଥିଲେ। ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ବୟସ ୧୭ ହୋଇଥିବା ବେଳେ ଅନ୍ୟ ଜଣେ ୩୨ ବର୍ଷର। ଏହି ମାମଲାର ଶୁଣାଣି ବେଳେ ମହିଳା ଜଜ୍ କହିଥିଲେ ମାତ୍ର ୧୧ ମିନିଟ୍ ଦୁଷ୍କର୍ମ ହୋଇଛି।

୧୭ ବର୍ଷିୟ ଅଭିଯୁକ୍ତକୁ କୌଣସି ସଜ୍ଜା ଶୁଣାଯାଇନଥିବା ବେଳେ ୩୨ ବର୍ଷିୟ ଅଭିଯୁକ୍ତକୁ ଦିଆଯାଇଥିବା ୫୧ ମାସର ସଜ୍ଜାକୁ କମ୍ କରି ୩୬ ମାସ କରି ଦିଆଯାଇଛି। ଲୋକମାନେ ଏହାକୁ ଖୁବ୍ ଜୋରରେ ବିରୋଧ କରିଛନ୍ତି। ଖାଲି ସେତିକି ନୁହେଁ ଜଜ୍ ପୀଡିତାଙ୍କୁ ନେଇ ଖୁବ୍ ଖରାପ କମେଣ୍ଟ ମଧ୍ୟ କରିଥିଲେ। ସେ କହିଥିଲେ ଯେ, ନିଶ୍ଚୟ ପୀଡିତା ଅଭିଯୁକ୍ତ ମାନଙ୍କୁ କୌଣସି ଇସାରା ଯଦ୍ୱାରା ଅଭିଯୁକ୍ତ ମାନଙ୍କ ସାହସ ବଢ଼ିଥିବ। ଏହା ଏକ ଖୁବ୍ ସାଧାରଣ ଭୁଲ୍। ଜଜ୍‌ଙ୍କ ଏହି ରାୟକୁ ଲୋକମାନେ କଡ଼ା ବିରୋଧ କରୁଛନ୍ତି।

Leave A Reply

Your email address will not be published.