Odisha Link
Bridging the Missing Links in Odisha

ଆଜି ବିଶ୍ୱ ହସ୍ତୀ ଦିବସ

ଓଏଲ ବ୍ୟୁରୋ: ଆଜି ବିଶ୍ୱ ହସ୍ତୀ ଦିବସ। ପ୍ରଥମ ବିଶ୍ୱ ହସ୍ତୀଦିବସ ୨୦୧୨ ମସିହା ଅଗଷ୍ଟ୧୨ରେ ଆରମ୍ଭ ହୋଇଥିଲା। ହସ୍ତୀ ସଂରକ୍ଷଣ ଓ ସୁରକ୍ଷା ନେଇ ବିଶ୍ୱବାସୀ ଏହି ଦିନଟିକୁ ପାଳନ କରିଥାନ୍ତି। ହାତୀ ଏକ ଶାକାହାରୀ, ବିଶ୍ୱସ୍ତ ଓ ଶାନ୍ତିପ୍ରିୟ ପ୍ରାଣୀ। ଜୈବ ବିବିଧତାର ସୁରକ୍ଷା ଓ ସନ୍ତୁଳନ ପାଇଁ ହସ୍ତୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଗଜ ସଂସ୍କୃତିର ସ୍ୱତନ୍ତ୍ର ସ୍ଥାନ ରହିଛି।

ରାଜ ରାଜୁଡ଼ା ଅମଳରେ ପରିବହନ ଏବଂ ପତିଆରା ପାଇଁ ରାଜା ମହାରାଜା ମାନେ ହାତୀକୁ ନିଜ ଦରବାରରେ ରଖିଥାଆନ୍ତି। ଯେଉଁ ରାଜାଙ୍କର ଯେତେ ହାତୀ ଅଛି, ସେ ନିଶ୍ଚିତ ବଳଶାଳୀ ବୋଲି ଗଣନା କରାଯାଏ। କିନ୍ତୁ ଆଜି କାଲି ଜଙ୍ଗଲ ନଷ୍ଟ ହେଉଛି। ନିଜର ଖାଦ୍ୟ ପାଇଁ ଏହି ନିରୀହ ଜୀବ ଗାଁ ଏବଂ ସହରରେ ପ୍ରବେଶ କରିବାକୁ ବାଧ୍ୟ ହେଉଛି ଏବଂ ର ଶିକାର ହେଉଛି।

ଗତ୧୧ ବର୍ଷ ଭିତରେ କେବଳ ଓଡ଼ିଶାରେ ୮୬୨ ହାତୀଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଟ୍ରେନ୍ ଦୁର୍ଘଟଣାରେ ୩୧ଟି, ସଡ଼କ ଦୁର୍ଘଟଣାରେ ୬ଟି, ବିଦ୍ୟୁତ୍ ଆଘାତରେ ୧୩୫ଟି ହାତୀଙ୍କ ମୃତ୍ୟୁ ହୋଇଛି। ଏହାବ୍ୟତୀତ ୮୬ଟି ହାତୀଙ୍କୁ ଶିକାର କରାଯାଇଥିବା ବେଳେ ୩୭ଟି ବିଷକ୍ରିୟା ଦ୍ବାରା ମୃତ୍ୟୁମୁଖରେ ପଡ଼ିଛନ୍ତି। ୧୯୭୯ରେ ଓଡ଼ିଶାରେ ୨୦୪୪ଟି ହାତୀ ରହିଥିଲେ ୨୦୧୭ ଗଣନା ବେଳେ ୧୯୭୬ଟି ହାତୀ ଚିହ୍ନଟ ହୋଇଛି। ୪ ଦଶନ୍ଧି ପରେ ବି ହାତୀ ସଂଖ୍ୟା ବଢ଼ିନି।

Leave A Reply

Your email address will not be published.