Odisha Link
Bridging the Missing Links in Odisha

ଆଜିଠୁ ନବମ ଶ୍ରେଣୀ ଅଫଲାଇନ ପାଠପଢ଼ା ଆରମ୍ଭ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଅଫଲାଇନରେ ନବମ ଶ୍ରେଣୀ ପାଠପଢ଼ା ଆରମ୍ଭ। ସକାଳ ୯ଟାରୁ ୧୨ଟା ୩୦ ଯାଏଁ ସ୍କୁଲରେ ପାଠପଢ଼ା ହେବ। ଅଭିଭାବକଙ୍କ ଅନୁମତି ପତ୍ର ନେଇ ଛାତ୍ରଛାତ୍ରୀମାନେ ସ୍କୁଲ ଆସିବେ। କ୍ଲାସ୍‌ରୁମ୍‌ରେ ପାଠ ପଢ଼ା ହେବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପୂର୍ବରୁ କୁହାଯାଇଛି। କୋଭିଡ କଟକଣା ମଧ୍ୟରେ ଚାଲିବ ପାଠପଢ଼ା।

ଅଭିଭାବକଙ୍କ ସହିତ ଆଲୋଚନା କରାଯାଇ ଛାତ୍ରଛାତ୍ରୀ ଅନଲାଇନ୍‌ କିମ୍ବା ଅଫଲାଇନ୍‌ରେ କ୍ଲାସ କରିପାରିବେ। ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଆଜିଠାରୁ ହଷ୍ଟେଲ ମଧ୍ୟ ଖୋଲାଯିବ। ତେବେ କ୍ଲାସରୁମ୍ ପାଠପଢ଼ା ପାଇଁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରାଯିବ ନାହିଁ।