Odisha Link
Bridging the Missing Links in Odisha

ଜନ୍ମମାଟିରେ ୪ ହକି ଖେଳାଳିଙ୍କୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା

ରାଉରକେଲା: ଜନ୍ମମାଟିକୁ ଫେରିଲେ ୪ ହକି ହିରୋ। ସୁନ୍ଦରଗଡ଼ରେ ପହଞ୍ଚିବା ପରେ ହକି ହିରୋଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଟୋକିଓ ଅଲିମ୍ପିକ୍ସରୁ ଫେରିବା ପରେ ଜନ୍ମମାଟି ସୁନ୍ଦରଗଡ଼ରେ ପହଞ୍ଚିଛନ୍ତି ଭାରତୀୟ ପୁରୁଷ ଓ ମହିଳା ହକି ଦଳର ୪ ଖେଳାଳି। ଭାରତୀୟ ପୁରୁଷ ହକି ଦଳର ଉପ ଅଧିନାୟକ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କ‌ ସହ ଭାରତୀୟ ମହିଳା ହକି ଦଳର ଦୀପ୍ ଗ୍ରେସ ଏକ୍କା ଓ ନମିତା ଟପ୍ପୋ ଜନ୍ମମାଟିରେ ପହଞ୍ଚିଛନ୍ତି।

ପୂର୍ବରୁ ଭୁବନେଶ୍ୱରରେ ଭାରତୀୟ ହକି ଦଳର ଉଭୟ ପୁରୁଷ ଓ ମହିଳା ସଦସ୍ୟଙ୍କୁ ସମ୍ୱର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୦ ଲକ୍ଷ ଟଙ୍କା ଆର୍ଥିକ ପୁରସ୍କାର ସହିତ ବ୍ୟକ୍ତିଗତ ପ୍ରଦର୍ଶନ ପାଇଁ ମଧ୍ୟ ୫ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ଆଉ ୧୦ ବର୍ଷ ପାଇଁ ଓଡ଼ିଶା ଭାରତୀୟ ହକି ଦଳର ପ୍ରାୟୋଜକ ରହିବେ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Leave A Reply

Your email address will not be published.