Odisha Link
Bridging the Missing Links in Odisha

ଚିକିତ୍ସା ପାଇଁ ମୋଦିଙ୍କୁ ଗୁହାରି କଲେ ପୀଡ଼ିତା ଶିଶୁ

ନୂଆଦିଲ୍ଲୀ: ଚିକିତ୍ସା ପାଇଁ ମୋଦିଙ୍କୁ ଗୁହାରି କଲେ ପୀଡ଼ିତା ଶିଶୁ। ଏକ ଦୁର୍ଲଭ ରୋଗରେ ପୀଡ଼ିତ ଅଛନ୍ତି ଦିଲ୍ଲୀରେ ବସବାସ କରୁଥିବା ୭ବର୍ଷର ମାହି। ଏହି ରୋଗ ଲକ୍ଷ-କୋଟି ଶିଶୁଙ୍କ ମଧ୍ୟରୁ ଜଣଙ୍କୁ ହୋଇଥାଏ। ଏହି ରୋଗର ଚିକିତ୍ସା ପାଇଁ ପାଖାପାଖି ଅଢ଼େଇ କୋଟି ଟଙ୍କାର ଖର୍ଚ୍ଚ ହୋଇଥାଏ।

ମାହିଙ୍କ ବାପା ଦିଲ୍ଲୀ ପୁଲିସରେ ଏମଟିଏସ ଷ୍ଟାଫ ଅର୍ଥାତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଛନ୍ତି। ସେ ଗତ ୧୫ବର୍ଷ ଧରି ଦିଲ୍ଲୀ ପୁଲିସ ମୁଖ୍ୟାଳୟରେ ନିୟୋଜିତ ଅଛନ୍ତି। ମାହିଙ୍କ ବାପା ଗତ ଶୁକ୍ରବାର ଦିଲ୍ଲୀ ପୁଲିସ କମିଶନରଙ୍କୁ ଭେଟି ଝିଅ ପାଇଁ ସାହାଯ୍ୟ ମାଗିଛନ୍ତି। ଏଥିସହ ମାହି ଏକ ଭିଡିଓ ମାଧ୍ୟମରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗୁହାରି କରିଛନ୍ତି।

ମାହିଙ୍କ ବାପା ସୁଶୀଲ କୁମାରଙ୍କ ମୁତାବକ, ତାଙ୍କ ଝିଅ ମାହି ଦ୍ବିତୀୟ ଶ୍ରେଣୀର ଛାତ୍ରୀ। ସେ ଏକ ବିପଦପୂର୍ଣ୍ଣ ରୋଗରେ ପୀଡିତ। ଏହି ରୋଗର ଶିକାର ହେଲେ ଶରୀର ହାଡର ବିକାଶ ବନ୍ଦ ହୋଇଯାଏ। ଆଗକୁ ଯାଇ ରୋଗୀ ଦିବ୍ୟାଙ୍ଗ ହେବାର ବି ଆଶଙ୍କା ଥାଏ। ଏଥିସହ ରୋଗୀର ଜୀବନ ବିପଦରେ ବି ପଡ଼ିବାର ସମ୍ଭାବନା ରହିଥାଏ।

ଏମ୍ସ ମୁତାବକ ମାହିଙ୍କ ଚିକିତ୍ସା ପାଇଁ ପାଖାପାଖି ୨କୋଟି ୪୩ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ମାହିଙ୍କ ଚିକିତ୍ସା ପାଇଁ ଯେଉଁ ଔଷଧ ଆବଶ୍ୟକ ତାହା ବ୍ରାଜିଲ, ଆମେରିକା, ଅଷ୍ଟ୍ରେଲିଆ ଓ ଚୀନରେ ମିଳିବ।

Leave A Reply

Your email address will not be published.