Odisha Link
Bridging the Missing Links in Odisha

ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କୀ ନିହତ

ପୁଲୱାମା: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଅବନ୍ତିପୁରାର ତ୍ରାଲ ଅନ୍ତର୍ଗତ ନାଗବେରାନ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ଆତଙ୍କୀ ନିହତ ହୋଇଛନ୍ତି। ନିହତ ସମସ୍ତ ଆତଙ୍କୀ ପାକିସ୍ତାନର ଜୈଶ-ଇ-ମହମ୍ମଦର ସଦସ୍ୟ ବୋଲି ଜଣାପଡିଛି।

ଜଙ୍ଗଲ କିଛି ଅଞ୍ଚଳର ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ଜମ୍ମୁ-କଶ୍ମୀର ପୁଲିସ ଓ ଆର୍ମି ପକ୍ଷରୁ ପୂରା ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ କରାଯାଇଥିଲା। କିନ୍ତୁ ସୁରକ୍ଷାକର୍ମୀଙ୍କୁ ଦେଖିବା କ୍ଷଣି ଆତଙ୍କବାଦୀମାନେ ଗୁଳି ମାଡ଼ କରିଥିଲେ। ଏହାର ଜବାବ ମଧ୍ୟ ଯବାନମାନେ ଦେଇଥିଲେ। ଦୀର୍ଘ ସମୟ ଧରି ଚାଲିଥିବା ଗୁଳି ବିନିମୟରେ ୩ ଆତଙ୍କୀ ନିହତ ହୋଇଛନ୍ତି। ସେମାନଙ୍କ ନିକଟରରୁ ୩ଟି ଏକେ ୪୭ ଓ ଅନ୍ୟାନ୍ୟ ବିସ୍ଫୋରକ ଜବତ କରାଯାଇଛି।

କଶ୍ମୀର ଆଇଜି କହିଛନ୍ତି, ନିହତ ୩ ଜୈଶ ଆତଙ୍କୀଙ୍କ ମଧ୍ୟରେ ୱାକୀଲ ଶାହ ରହିଛି। ସେ ନିକଟରେ ବିଜେପି ନେତା ରାକେଶ ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରିଥିଲା। ଏନକାଉଣ୍ଟର ପରେ ବି ପୂରା ଅଞ୍ଚଳକୁ କର୍ଡନ କରି ରଖାଯାଇଛି।

Leave A Reply

Your email address will not be published.