Odisha Link
Bridging the Missing Links in Odisha

ସଲମାନଙ୍କୁ ଅଟକାଇଥିବା ସୋମନାଥଙ୍କ ମୋବାଇଲ ଜବତ

ମୁମ୍ବାଇ: ମୁମ୍ବାଇ ବିମାନବନ୍ଦରରେ ସଲମାନ ଖାନଙ୍କୁ ଅଟକାଇଥିବା ସିଆଇଏସ୍ଏଫ୍ ଏଏସ୍ଆଇ ସୋମନାଥ ମହାନ୍ତିଙ୍କ ମୋବାଇଲ ଜବତ କରାଯାଇଛି। ଘଟଣା ସଂପର୍କରେ ଗଣମାଧ୍ୟମରେ ପ୍ରକାଶ କରିବାରୁ ସିଆଇଏସ୍ଏଫ୍ ପକ୍ଷରୁ ସୋମନାଥଙ୍କ ମୋବାଇଲ୍‌କୁ ଜବତ ହୋଇଛି।

ଘଟଣା ସଂପର୍କରେ ଗଣମାଧ୍ୟମକୁ ଜଣାଇବା ସିଆଇଏସ୍ଏଫ୍ ପ୍ରୋଟକଲ ଖିଲାପ ହୋଇଥିବାରୁ ତାଙ୍କ ମୋବାଇଲ ଜବତ କରି ନିଆଯାଇଥିବା ସିଆଇଏସ୍ଏଫ୍ କହିଛି। ସେ ଯେପରି ଗଣମାଧ୍ୟମ ସହ ଆଉ କୌଣସି କଥା ହୋଇ ନ ପାରିବେ, ସେଥିପାଇଁ ତାଙ୍କ ମୋବାଇଲ୍‌କୁ ନିଆଯାଇଛି ବୋଲି ସିଆଇଏସ୍ଏଫ୍ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.