Odisha Link
Bridging the Missing Links in Odisha

ଆଜିଠୁ ଭାରତ ଇଂଲଣ୍ଡ ୩ୟ ଟେଷ୍ଟ ଆରମ୍ଭ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ସିରିଜ। ଲର୍ଡସରେ ଭାରତର ବିଜୟ ପରେ ଭାରତୀ୍ର ଦଳ ତୃତୀୟ ଟେଷ୍ଟ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ। ୧-୦ରେ ଭାରତ ଆଗୁଆ ଥିବାରୁ ସିରିଜରେ ନିଜର ପ୍ରାଧାନ୍ୟ ଜାରି ରଖିବାକୁ ଚେଷ୍ଟା କରିବ।

ଆହତ ସମସ୍ୟା ଦେଇ ଗତି କରୁଥିବା ଘରୋଇ ଦଳ ଇଂଲଣ୍ଡ ସିରିଜରେ ପ୍ରତ୍ୟାବର୍ତ୍ତନ କରିବାକୁ ଚାହିଁ। ପ୍ରଥମ ଦୁଇଟି ଟେଷ୍ଟରେ ଭାରତ ସବୁ ଦିଗରୁ ଚାପ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲାଏବଂ ଦଳ ବିଜୟୀ ହୋଇଥିଲା।

ପ୍ରାରମ୍ଭିକ ଯୋଡ଼ି ରୋହିତ ଶର୍ମା ଏବଂ କେଏଲ୍ ରାହୁଲଙ୍କ ଜରିଆରେ ଭାରତର ବ୍ୟାଟିଂ ଦୃଢ଼ ରହିଛି। ଲିଡ୍ ସର ହେଡିଙ୍ଗଲେ ପିଚ୍ ମଧ୍ୟ ଦ୍ରୁତ ବୋଲରଙ୍କୁ ସୁହାଇବ। ଏହି କାରଣରୁ ଭାରତ ଏହାର ୪ ଜଣିଆ ପେସ୍ ଆକ୍ରମଣ ଯୋଜନାରେ ଅଟଳ ରହିପାରେ । ଫଳରେ ଯଶପ୍ରୀତ୍ ବୁମରା, ଈଶାନ୍ତ ଶର୍ମା, ମହମ୍ମଦ ସାମି, ମହମ୍ମଦ ସିରାଜ ଖେଳିବା ନିଶ୍ଚିତ।