Odisha Link
Bridging the Missing Links in Odisha

ଆଫଗାନିସ୍ତାନକୁ ସହାୟତା ବନ୍ଦ କଲା ବିଶ୍ବ ବ୍ୟାଙ୍କ

ଓ୍ବାଶିଂଟନ୍: ତାଲିବାନ ଆଫଗାନିସ୍ତାନ ଉପରେ ଅକ୍ତିଆର କରି ନିଜର ରାଜ ଚଳାଉଛି। ଏହାରି ମଧ୍ୟରେ ଆଫଗାନିସ୍ତାନକୁ ସହାୟତା ବନ୍ଦ ଘୋଷଣା କରିଛି ବିଶ୍ୱ ବ୍ୟାଙ୍କ। ଏପର୍ଯ୍ୟନ୍ତ ଅଧିକାଂଶ ଦେଶ ତାଲିବାନୀ ଶାସନକୁ ମଞ୍ଜୁରୀ ଦେଇନାହାନ୍ତି। ଆଫଗାନିସ୍ତାନର ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରିଛି ବିଶ୍ୱ ବ୍ୟାଙ୍କ। ବିଶ୍ବ ବ୍ୟାଙ୍କ୍ ମୁଖପାତ୍ର ଏନେଇ ସୂଚନା ଦେଇଛନ୍ତି।

ବିଶ୍ବ ବ୍ୟାଙ୍କର ମୁଖପାତ୍ର କହିଛନ୍ତି, ଆଫଗାନିସ୍ତାନର ସ୍ଥିତି ଅତ୍ୟନ୍ତ ଗମ୍ଭୀର। ଆଫଗାନିସ୍ତାନର ସ୍ଥିତି ଖରାପ ଥିବାରୁ ବିଶ୍ବ ବ୍ୟାଙ୍କ ଏପରି ପଦକ୍ଷେପ ନେଇଛି। ତାଲିବାନ ସେଠାରେ କ୍ଷମତା ଦଖଲ କରିବା ପରେ ମହିଳାଙ୍କ ଅଧିକାର ସବୁଠାରୁ ଅଧିକ ଚିନ୍ତାଜନକ ରହିଛି। ଏହାକୁ ଦୃଷ୍ଟିରେ ରଖି ଆମେ ଆଫଗାନିସ୍ତାନକୁ ଦେଉଥିବା ସହାୟତା ଉପରେ ରୋକ ଲଗାଉଛୁ। ଆମେ ବେଶ ଗମ୍ଭୀରତାର ସହ ସ୍ଥିତି ଉପରେ ନଜର ରଖିଛୁ।

ପୂର୍ବରୁ ଆମେରିକା ଗତ ସପ୍ତାହରେ ଘୋଷଣା କରିଥିଲା ଯେ, ଆମେରିକାରରେ ଥିବା ଆଫଗାନିସ୍ତାନର ସୁନା ଏବଂ ମୁଦ୍ରାଭଣ୍ଡାରକୁ ତାଲିବାନକୁ କବଜା କରିବାକୁ ଦେବେନାହିଁ। କେବଳ ଆମେରିକାରେ ହିଁ ଆଫଗାନିସ୍ତାନର ପ୍ରାୟ ୭୦୬ ଅରବ ଟଙ୍କାର ସମ୍ପତ୍ତି ରହିଛି। ଆଇଏମଏଫ ମଧ୍ୟ ଆଫଗାନର ସମସ୍ତ ସମ୍ପତ୍ତି ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଥିଲେ।

Leave A Reply

Your email address will not be published.