ଆଫଗାନିସ୍ତାନ ସ୍ଥିତି ନେଇ ଆଜି ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଆଫଗାନିସ୍ତାନ ସ୍ଥିତି ନେଇ ଆଜି ବସିବ ସର୍ବଦଳୀୟ ବୈଠକ। ସର୍ବଦଳୀୟ ବୈଠକରେ ଆଫଗାନିସ୍ତାନରେ ସ୍ଥିତି ଓ ଭାରତର ପଦକ୍ଷେପ ସମ୍ପର୍କରେ ବିରୋଧୀଙ୍କୁ ଅବଗତ କରାଇବେ ବୈଦେଶିକ ମନ୍ତ୍ରୀ।
ଆଫଗାନିସ୍ତାନର ଘଟଣାକ୍ରମକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜନୈତିକ ଦଳଗୁଡିକର ମୁଖିଆଙ୍କୁ ଅବଗତ କରାଇବା ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଅଧିକ ବିବରଣୀ ଦେବେ ବୋଲି କହିଛନ୍ତି ଜୟଶଙ୍କର।
ଭାରତ ସରକାର ଆଫଗାନିସ୍ତାନରେ ବିଭିନ୍ନ ପ୍ରକଳ୍ପ ପାଇଁ ବିନିଯୋଗ କରିଥିବାରୁ ବିରୋଧୀ କ୍ରମାଗତ ଭାବରେ ପ୍ରଶ୍ନ ଉଠାଉଛନ୍ତି। ଏଭଳି ପରିସ୍ଥିତିରେ ଯେତେବେଳେ ତାଲିବାନ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେଇସାରିଛି, ସେବେ ଭାରତ ସରକାରଙ୍କ ରଣନୀତି କ’ଣ ହେବ ବୋଲି ପ୍ରଶ୍ନ କରୁଛନ୍ତି ବିରୋଧୀ। ଏହି ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ସର୍ବଦଳୀୟ ବୈଠକ ଡକାଯାଇଛି।