Odisha Link
Bridging the Missing Links in Odisha

ଜଷ୍ଟିସ ନାଗରତ୍ନା ହୋଇପାରନ୍ତି ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଦେଶରେ ପ୍ରଥମ ଥର ପାଇଁ ଜଣେ ମହିଳା ପ୍ରଧାନ ବିଚାପତି ହେବାର ସମ୍ଭାବନା ଦେଖା ଦେଇଛି। ସୁପ୍ରିମକୋର୍ଟରେ ୯ ଜଣ ବିଚାରପତି ଯୋଗଦେବା ସଂକ୍ରାନ୍ତ କଲେଜିୟମ ସୁପାରିସକୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର ସରକାର। ଆଗାମୀ ଦିନରେ ଏହି ୯ ଜଣିଆ କମିଟି ସ୍ଥାନିତ ହେବା ନେଇ ଆଶଙ୍କା କରାଯାଉଛି। ତେବେ ଏହି କମିଟିରେ ତିନି ଜଣ ମହିଳା ବିଚାରପତିଙ୍କ ନାମ ରହିଥିବା ବେଳେ ଜଷ୍ଟିସ ନାଗରତ୍ନା ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ପାଇବା ନେଇ ଚର୍ଚ୍ଚା ହେଉଛି।

ଏହି ୯ ଜଣ ବିଚାରପତି ମଧ୍ୟରେ ରହିଛନ୍ତି କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାପତି ଜଷ୍ଟିସ ଏଏସ ଓକା ଓ ଜଷ୍ଟିସ ବିଭି ନାଗରତ୍ନା, ତେଲଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହିମା କୋହଲି, ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବିକ୍ରମନାଥ, ସିକ୍କିମ, ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଜେକେ ମାହେଶ୍ବରୀ, କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସିଟି ରବିକୁମାର, ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏମଏମ ସୁନ୍ଦ୍ରେଶ, ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବେଳା ଏମ ତ୍ରିବେଦୀ ପ୍ରମୁଖ। ଜଣେ ବରିଷ୍ଠ ଆଇନଜୀବୀ ପିଏସ ନରସିଂହ୍ମା ମଧ୍ୟ ଏହି ପଦକୁ ଉନ୍ନୀତ ହୋଇଛନ୍ତି।

ବର୍ତ୍ତମାନ ସୁପ୍ରିମକୋର୍ଟର ବିଚାରପତିଙ୍କ ସଂଖ୍ୟା ୨୪ ରହିଛି। ଏମାନଙ୍କ ମଧ୍ୟରୁ ଜଷ୍ଟିସ ନାଗରତ୍ନା ଦେଶର ପ୍ରଧାନ ବିଚାରପତି ହେବା ଆଶା ରହିଛି। ଯଦି ଜଷ୍ଟିସ ବିଭି ନାଗରତ୍ନାଙ୍କୁ ପ୍ରଧାନ ବିଚାରପତି ଦାୟିତ୍ୱ ମିଳେ, ତେବେ ସେ ହେବେ ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି।

୧୯୫୦ ଜାନୁଆରୀ ୨୬ରେ ପ୍ରତିଷ୍ଠିତ ସୁପ୍ରିମକୋର୍ଟରେ ଆଜିଯାଏଁ ମାତ୍ର ୮ ଜଣ ମହିଳା ବିଚାରପତି ନିଯୁକ୍ତି ପାଇଛନ୍ତି। ଦେଶର ପ୍ରଥମ ମହିଳା ବିଚାରପତି ଥିଲେ ୧୯୮୯ରେ ନିଯୁକ୍ତ ଏମ. ଫାତିମା ବିବି କିନ୍ତୁ ଦେଶରେ ଆଜି ପର୍ଯ୍ୟନ୍ତ କୌଣସି ମହିଳା ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ପାଇ ନାହାଁନ୍ତି।

Leave A Reply

Your email address will not be published.